ସମୁଦ୍ରରେ ଗାଧୋଇବା ବେଳେ ଟାଣି ନେଲା ଲହଡ଼ି

ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଦଶମ ଶ୍ରେଣୀ ଛାତ୍ର

ରାଜନଗର,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଜିଲ୍ଲାରଜନଗର ବ୍ଲକ୍‌ର ଦଶମ ଶ୍ରେଣୀ ଛାତ୍ର ପୃଥ୍ୱୀରାଜ ଶନିବାର ପୂର୍ବାହ୍ଣରେ ପେଣ୍ଠ ସମୁଦ୍ରରେ ଗାଧୋଉଥିଲେ। ତେବେ ହଠାତ ଏକ ବଡ଼ ଲହଡ଼ି ଆସି ତାଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା। ସେହି ସମୟରେ ତାଙ୍କ ସହ ଗାଧୋଉଥିବା ଜ୍ଞାନ ରଞ୍ଜନ ସାହସିକତାର ସହ ପାଣି ଭିତରକୁ ଯାଇ ତାଙ୍କୁ ରକ୍ଷା କରିଥିଲେ।

ସୂଚନା ଅନୁସାରେ ରାଜନଗର ଅଞ୍ଚଳର ପୃଥ୍ୱୀରାଜ ତାଙ୍କ ସାଙ୍ଗ ମାନଙ୍କ ସହ ପେଣ୍ଠକଟା ସମୁଦ୍ରକୁ ବୁଲିବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିଲା। ଅନ୍ୟପଟେ ଜ୍ଞାନଙ୍କ ସାହସିକତାକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଥିଲା।