ରାୟପୁର: ଛତିଶଗଡ଼ର ବିଜାପୁରରେ ସୁରକ୍ଷାବଳର ଯବାନ ଓ ନକ୍ସଲବାଦୀଙ୍କ ମଧ୍ୟରେ ଘମାଘଟ ସଂଘର୍ଷ ହୋଇଛିି। ଫଳରେ ୫ଜଣ ଯବାନ ସହିଦ ହୋଇଥିବାବେଳେ ୧୨ ଜଣଙ୍କର ଆହତ ହୋଇଛନ୍ତି।
ଡୀଜୀପୀ ଡି.ଏମ.ଅଶ୍ୱସ୍ଥୀ କହିଛନ୍ତି ଯେ, ସହିଦ ଯବାନଙ୍କ ସଂଖ୍ୟା ୧୦ ହୋଇପାରେ ବୋଲି ଅନୁମାନ କରାଯାଉଛି। ଅପରେସନ ପାଇଁ ଗୋଟିଏ ଦଳ ବାହାରିଥିଲା ଯେଉଁଥିରେ ଡୀଆରଜୀ, କୋବରା ଓ ବସ୍ତାରିୟା ବାଟାଲିୟାନର ଯବାନ ସାମିଲ ହୋଇଥିଲେ। ନକ୍ସଲବାଦୀମାନେ ପ୍ରଥମେ ସୁରକ୍ଷାବଳ ଉପରେ ଗୁଳି ଚାଳନା କରିଥିଲେ। ଏହାର ଜବାବ ଦେବାକୁ ଯାଇ ସୁରକ୍ଷାବଳ ମଧ୍ୟ ଗୁଳି ଚଳାଇଥିଲା।