ନିଜ ବନ୍ଧୁକରୁ ଗୁଳି ଫୁଟି ସୁରକ୍ଷା କର୍ମୀ ମୃତ

ସଇଁନ୍ତଳା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ୍ ବଡ଼ମାଲ ଗୋଳାବାରୁଦ କାରଖାନାରେ ଜଣେ ଡିଏସସି ଯବାନ ତଥା ସୁରକ୍ଷାକର୍ମୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ଯବାନ ଜଣଙ୍କ କାର୍ଯ୍ୟରେ ଥିବା ବେଳେ ତାଙ୍କ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି।

ସୂଚନା ଅନୁସାରେ ସବୁଦିନ ଭଳି ସେ ନିଜ ଡିଉଟିକୁ ଯାଇ ୪୭ ନମ୍ବର ବେଷ୍ଟନରେ କାମ କରୁଥିଲେ। ସେହି ସମୟରେ ଆଉ ଜଣେ ଯବାନ ମଧ୍ୟ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରୁଥିବା ଡିଏସସି ଯବନ ନିଜେ ପାଞ୍ଚ ରାଉଣ୍ଡ ଗୁଳି ଚଳାଇ ଆତ୍ମହତ୍ୟା କରିଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଯାହା ହେଉନା କାହିଁକି ତାହା ସମ୍ପର୍କରେ ପୁଲିସ ସମ୍ପୂର୍ଣ୍ଣ ବିବରଣୀ ଦେଇନାହିଁ।