ସାକ୍ଷୀଗୋପାଳ ମନ୍ଦିର ପରିସରରେ ଲାଗିବ ୧୪୪ ଧାରା

ପୁରୀ,ଏନ୍ଏନ୍ଏସ୍: ମହାମାରୀ କରୋନା କାଳରେ ଆସନ୍ତାକାଲି ଅଁଳା ନବମୀ ପଡୁଥିବାରୁ ଆଜି ମଧ୍ୟରାତ୍ରିରୁ ପୁରୀ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ ହେବ। ଏନେଇ ଚନ୍ଦନ ପୋଖରୀ ଠାରୁ ସିଦ୍ଧବକୁଳ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।

ସେହିପରି ମନ୍ଦିର ଚାରିପଟର ୨୦୦ ମିଟର ପର୍ଯ୍ୟନ୍ତ ଏହି ଧାରା ଲାଗୁ ହେବ। ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି। ଅଁଳା ନବମୀରେ ରାଧା ପାଦ ଦର୍ଶନ ପାଇଁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।