୧୦ ସଚିବଙ୍କୁ ଆକାଂକ୍ଷୀ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜିଲ୍ଲାର ବିକାଶ ପାଇଁ ୧୦ ଜଣ ସଚିବ ସ୍ତରୀୟ ଅଧିକାରୀଙ୍କୁ ୧୦ ଜିଲ୍ଲାରେ ଦାୟିତ୍ୱ ଦିଯାଇଛି। ସଚିବମାନେ ସମ୍ପୃକ୍ତ ଜିଲ୍ଲାର ୫ଟି ସେକ୍ଟରର ବିକାଶ ଉପରେ ତଦାରଖ କରିବେ । ୫ଟି ସେକ୍ଟରଗୁଡିକ ହେଲା ଶିକ୍ଷା, କୃଷି ଓ ଜଳ ସମ୍ପଦ, ଆର୍ଥିକ, କଳା କୌଶଳ ଏବଂ ନିର୍ମାଣ( ଜଳଯୋଗାଣ, ଗ୍ରାମାଞ୍ଚଳରେ ବିଦ୍ୟୁତ, ପାନୀୟ ଜଳର ସୁବିଧା ଓ ଶୌଚାଳୟ) । ବିଶେଷ କରି ସଚିବମାନେ ଏହି ୫ଟି ସେକ୍ଟରର ୪୯ଟି ଦିଗ ଉପରେ ଧ୍ୟାନ ଦେବେ ।

ତେବେ ପି.କେ ମହାପାତ୍ରଙ୍କ ଢ଼େଙ୍କାନାଳ ଜିଲ୍ଲା, ଅନୁ ଗର୍ଗଙ୍କୁ ରାୟଗଡା, ଡକ୍ଟର ସୌରଭ ଗର୍ଗଙ୍କୁ କୋରାପୁଟ, ଡି.ଆର.କେ ସିଂହଙ୍କୁ କଳାହାଣ୍ଡି, ସଞ୍ଜୀବ ଚୋପ୍ରାଙ୍କୁ କନ୍ଧମାଳ, ହେମନ୍ତ ଶର୍ମାଙ୍କୁ ନବରଙ୍ଗପୁର, ଶାସ୍ୱତ ମିଶ୍ରଙ୍କୁ ନୂଆପଡା, ଏସେ.କେ ସିଂହଙ୍କୁ ଗଜପତି, ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ ବଲାଙ୍ଗୀର ଓ ଭି.ଭି. ଯାଦବଙ୍କୁ ମାଲକାନାଗିରି ଜିଲ୍ଲାରେ ଦାୟିତ୍ୱ ଦିଆଯାଇଛି।