ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଏହି ସମୟରେ ଚୀନ୍ ଏବଂ ନେପାଳ ବର୍ଡରରେ ଲାଗିରହିଥିବା ଉତ୍ତେଜନାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହିମଧ୍ୟରେ ଆଜି ସ୍ୱଦେଶୀ ବିମାନ ତେଜସର ଦ୍ୱିତୀୟ ସ୍କ୍ବାଡ୍ରନ୍କୁ ବାୟୁସେନାରେ ସାମିଲ୍ କରାଯାଇଛି। ଏହି ସ୍କ୍ବାଡ୍ରନ୍ର ନାଁ ଫ୍ଲାଇଙ୍ଗ ବୁଲେଟ୍ସ ରଖାଯାଇଛି। ବାୟୁସେନାର ଫ୍ଲାଇଙ୍ଗ୍ ବୁଲେଟ୍ସ୍ ଦଳରେ ତେଜସ୍ ସ୍କ୍ବାଡ୍ରନ୍ କାର୍ୟ୍ୟ କରିବ। ଏହି ଅବସରରେ ବାୟୁସେନା ମୁଖ୍ୟ ଆର୍.କେ.ଏସ୍. ଭଦୋରିଆ ତେସଜ୍ରେ ବସି ଉଡ଼ାଣ ଭରିଛନ୍ତି। ଏହାଦ୍ୱାରା ଭାରତୀୟ ବାୟୁସେନାର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇବ ବୋଲି କୁହାଯାଉଛି।