ଥିରୁଭନନ୍ତପୁରମ,ଏଜେନ୍ସି: ଭାରତର କେରଳରେ ଦ୍ୱିତୀୟ କୋରୋନା ଭାଇରସ ଚିହ୍ନଟ ହୋଇଛି। ତେବେ ୩ ଦିନ ପୂର୍ବରୁ କେରଳରେ ଜଣଙ୍କ ଶରୀରରେ କୋରୋନା ଭାଇରସ ଚିହ୍ନଟ କରାଯାଇଥିଲା। ଏହା ପରଠାରୁ ଡବ୍ଲୁଏଚଓ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଜୁରୁରୀକାଳୀନ ଘୋଷଣା କରାଯାଇଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ କୋରୋନା ଭାଇରସରେ ୩୦୦ରୁ ଊଦ୍ଧ୍ୱର୍ ଲୋଙ୍କର ଜୀବନ ଯାଇଥିବା ବେଳେ ଏହା ୨୦ରୁ ଅଧିକ ଦେଶକୁ ବ୍ୟାପିଛି।
ଏହି ପରିପ୍ରେକ୍ଷୀରେ ଆଜି କେରଳରେ ଦ୍ୱିତୀୟ କୋରୋନା ଭାଇରସ ରେଗୀ ଚିହ୍ନଟ ହୋଇଛି। ଏ ନେଇ ତାଙ୍କୁ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି ଏବଂ ଏହି ଭାଇରସ ଉପରେ ନଜର ରଖାଯାଇଛି। ତେବେ ସେ ଚାଇନାରୁ ଜାନୁଆରୀ ୨୪ରେ ଭାରତକୁ ଫେରିଥିବା ବେଳେ ସେ ଏହି ରୋଗରେ ସଂକ୍ରମଣ ହୋଇଥିଲେ। ତେବେ ଆଜି ତାଙ୍କ ଶରୀର ଯାଞ୍ଚ କରାଯିବାରୁ ତାଙ୍କ ଠାରେ ଏହି ଭାଇରସ ଦେଖାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ସେହିପରି ଗୁରୁବାର କେରଳରେ ପ୍ରଥମ କୋରୋନା ଭାଇରସ ରେଗୀ ଚିହ୍ନଟ କରାଯାଇଥିଲା। ସେ ଚାଇନାରେ ମେଡିକାଲ ପଢ଼ୁଥିବା ବେଳେ ସେ ଏହି ଭାଇରସ ସଂକ୍ରମଣରେ ଆସିଥିଲେ। ତେବେ ଏ ନେଇ ସେ ନିଜେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା କରିଥିଲେ।