ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ଏସଇବିସି ତାଲିମ ପ୍ରଦାନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଡିଆରଡିଏ ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ସାମାଜିକ ଶିକ୍ଷାଗତ ପଛୁଆ ଜାତିଙ୍କ ସର୍ଭେ ପାଇଁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ଲଳିତ ମଣ୍ଡଳ, ସହକାରୀ କଲେକ୍ଟର ଚନ୍ଦ୍ରମଣି ସ୍ୱାଇଁ, ଡିଆରଡିଏର ସହକାରୀ ନିର୍ଦ୍ଦେଶକ ହିମାଂଶୁ ଭୂଷଣ ମହାରଣା ଓ ଜିଲ୍ଲା ଇ-ଗଭର୍ଣ୍ଣାନ୍ସର ପରିଚାଳକ ଶିବାଶିଷ ପଟ୍ଟନାୟକ ଯୋଗଦେଇ ଏସଇବିସି ସର୍ଭେ ନେଇ ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଏହି ବ୍ଲକସ୍ତରୀୟ ମାଷ୍ଟର ଟ୍ରେନରମାନେ ପରେ ବ୍ଲକର ସୁପରଭାଇଜର, ଏନୁମେରେଟରମାନଙ୍କୁ ତାଲିମ ପ୍ରଦାନ କରିବେ। ଏଥିରେ ମୁଖ୍ୟତଃ ପରିବାରର ଆଧାର କାର୍ଡ, ରାସନ କାର୍ଡ, ସଦସ୍ୟ ସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା ଭଳି ବିଭିନ୍ନ ତଥ୍ୟ ହାସଲ କରାଯିବ। ଏହି ସର୍ଭେ କାର୍ଯ୍ୟକ୍ରମ ଆସନ୍ତା ମେ’ ୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।