ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଖୋଲି ଯାଇଛି ପ୍ରାଥମିକ ସ୍କୁଲ। ଦୀର୍ଘ ଦୁଇ ବର୍ଷ ପରେ ସ୍କୁଲକୁ ଫେରିଛନ୍ତି କେଜିରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ। ଅନ୍ଲାଇନ୍ ବଦଳରେ ଚାଲିବ ଅପ୍ରଲାଇନ୍ ପାଠପଢ଼ା। ଏଥିପାଇଁ ସ୍କୁଲରେ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମ ସାତ ଦିନ ପାଠପଢ଼ା ହେବନି। ପିଲାଙ୍କୁ ସ୍କୁଲ ସହ ଯୋଡ଼ିବାକୁ କେବଳ ଆକ୍ଟିଭିଟି ଚାଲିବ।
ଆଜିଠୁ ସକାଳ ୧୦ଟାରୁ କେଜିରୁ ସପ୍ତମ ଶ୍ରେଣୀର ପିଲାମାନେ ସ୍କୁଲରେ ପହଞ୍ଚିଛନ୍ତି। ଶିକ୍ଷକମାନେ ସେମାନଙ୍କୁ ସ୍ଵାଗତ କରି ଭିତରକୁ ନେଉଛନ୍ତି। ୧୦ଟାରୁ ଦିନ ୧ଟା ଯାଏ ପିଲାମାନେ ସ୍କୁଲରେ ରହିବେ। ସବୁଠି କୋଭି ନିୟମ କଡ଼ାକଡ଼ି ପାଳନ ହେବ।
ଛାତ୍ରଛାତ୍ରୀ ଦୀର୍ଘ ଦୁଇବର୍ଷ ହେବ ଘରେ ଥିବାରୁ ସେମାନେ କେତେ ପାଠ ଜାଣିଛନ୍ତି, କେଉଁଠି ଅଟକି ଯାଇଛନ୍ତି ଏସବୁକୁ ନେଇ ସେମାନଙ୍କ ଶିକ୍ଷଣସ୍ତର ମପାଯିବ। ଏଥିପାଇଁ ଆସନ୍ତା ମାର୍ଚ୍ଚ ୯ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀର ପିଲାଙ୍କ ଗଣିତ, ଓଡ଼ିଆ, ଇଂରାଜୀ ବିଷୟରେ ବେସ୍ଲାଇନ୍ ଆସେମେଣ୍ଟ ପରୀକ୍ଷା ହେବ। ଏହାର ଫଳ ଦ୍ୱାରା ପିଲାମାନଙ୍କ ପାଠପଢ଼ାରେ ବର୍ତ୍ତମାନ ସ୍ଥିତି ଦେଖା ଯିବ ବୋଲି ୟୁନିଟ 1 ପ୍ରାଥମିକ ସ୍କୁଲ ଶିକ୍ଷକ କହିଥିଲେ।