ଜାନୁୟାରୀ ୧୮ରୁ ଦିଲ୍ଲୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ,ଏଜେନ୍ସି: କରୋନା କଟକଣା କାରଣରୁ ବନ୍ଦ ପଡ଼ିଥିବା ସ୍କୁଲ୍ ଧିରେ ଧିରେ ଖୋଲିବାରେ ଲାଗିଛି। ତେବେ ଏହାରି ଭିତରେ ଜାନୁଆରୀ ୧୮ ତାରିଖରୁ ରାଜଧାନୀ ଦିଲ୍ଲୀରେ ସ୍କୁଲ ଖୋଲିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରୀଛାତ୍ର ସ୍କୁଲକୁ ଅଭିଭାବକଙ୍କ ଅନୁମତି ନେଇ ଆସିପାରିବେ। ଅନଲାଇନ୍ ପାଠପଢ଼ା ପୂର୍ବ ପରି ଜାରି ରହିବ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ କରାଯାଇଛି। ତେବେ ଉପସ୍ଥାନ ବାଧ୍ୟତାମୂଳକ ନୁହେଁ।