ନଭେମ୍ବର ୫ ପରେ ଖୋଲିବ ସ୍କୁଲ

ସିଲଙ୍ଗ,ଏଜେନ୍ସି: କରୋନା ମହାମାରୀ ଆରମ୍ଭ ପରଠାରୁ ତଥା ଗତ ମାର୍ଚ୍ଚ ମାସରୁ ରାଜ୍ୟ ତଥା ଦେଶ ମାନଙ୍କର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଆସିଛି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବହୁତ ଅବହେଳା ସୃଷ୍ଟି ହୋଇଛି। ଏପରିକି ଗୋଟିଏ ଶିକ୍ଷା ବର୍ଷ ପଛୁଆ ହୋଇଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ସଂକ୍ରମଣ ଥମି ନଥିବାରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଏହି ମଧ୍ୟରେ ନଭେମ୍ବର ୫ ପରଠାରୁ ମେଘାଳୟରେ ସ୍କୁଲ ଖୋଲିବାନେଇ ଶିକ୍ଷା ମନ୍ତ୍ରୀ ଲେହକମେନ ରିମ୍ବୁଇ ସୂଚନା ଦେଇଛନ୍ତି।

ମେଘାଳୟ ସରକାର ରାଜ୍ୟରେ ସ୍କୁଲକୁ ସ୍ୱାଭାବିକ କରିବା ନେଇ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଏକ ବୈଠକ ବସିବା ପରେ ନିଷ୍ପତ୍ତି ହୋଇଥିବା ଶ୍ରୀ ରିମ୍ବୁଇ କହିଛନ୍ତି। ଏହି ପରିପ୍ରେକ୍ଷୀରେ ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ଆଲୋଚନା ହୋଇଛି।

କରୋନା ଭୂତାଣୁ ଯୋଗୁଁ ଶିକ୍ଷକଙ୍କ ସହିତ ଆଲୋଚନା କରି ସମ୍ପୂର୍ଣ୍ଣ ଗାଇଡଲାଇନ ଅନୁସରଣ ସହିତ ଷଷ୍ଠ ଶ୍ରେଣୀରୁ ଊର୍ଦ୍ଧ୍ୱ ଶ୍ରେଣୀର ଛାତ୍ରୀ ଛାତ୍ରୀ ସ୍କୁଲ ଆସିପାରିବେ ବୋଲି କୁହାଯାଇଛି।