କାଲିଠୁ ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ୍‌ ପାଠପଢା ଆାରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ପିଲାମାନଙ୍କ ପାଠପଢା ବାଧାପ୍ରାପ୍ତ ହୋଇଥିବା ବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଥିଲା। ଏହାରି ମଧ୍ୟରେ ବର୍ତ୍ତମାନ ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହର ଅତିକ୍ରମ ହୋଇଛି ଓ ପ୍ରଭାବ ମଧ୍ୟ ପୂର୍ବପେକ୍ଷା ହ୍ରାସ ପାଇଛି ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍କୁଲ କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତି ନେଇଛନ୍ତି।

ଫେବୃଆରୀ ପ୍ରଥମ ସପ୍ତାହରୁ ଅଷ୍ଟମରୁ ଊର୍ଦ୍ଧ୍ୱ ପିଲାମାନଙ୍କ ଅଫଲାଇନ୍ ପାଠପଢା ଆରମ୍ଭ ହୋଇଥିବା ବେଳେ ଆସନ୍ତା କାଲିଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାମାନଙ୍କ କ୍ଲାସରୁମ୍ ପାଠପଢା ଆରମ୍ଭ ହେବାକୁ ଯାଉଛି।

ପୂର୍ବରୁ ଫେବୃଆରୀ ୧୪ରୁ ପ୍ରଥମରୁ ଉର୍ଦ୍ଧ୍ୱ ପିଲାଙ୍କ ଅଫଲାଇନ୍ ପାଠପଢା ଆରମ୍ଭ କରିବା ପାଇଁ ନିଷ୍ପତି ହୋଇଥିଲା ମାତ୍ର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ନିଷ୍ପତି ବଦଳାଇ ଦିଆଯାଇଥିଲା। ତେବେ ଆସନ୍ତାକାଲି ପିଲାମାନେ ସ୍କୁଲ ଯିବେ ତେଣୁ ସ୍କୁଲ ପରିସରରେ ସମସ୍ତ ପ୍ରକାର କରୋନା କଟକଣା ମଧ୍ୟରେ ପିଲାମାନଙ୍କ ପାଠପଢା ଆରମ୍ଭ କରିବାକୁ ରାଜ୍ୟ ସରକାର ସ୍କୁଲ କର୍ତ୍ତୃପକ୍ଷମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି।