କେନାଲକୁ ଖସିପଡ଼ିଲା ସ୍କୁଲ ଭ୍ୟାନ, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କୋଣାର୍କ,ଏନ୍ଏନ୍ଏସ୍: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ତୁଳସୀପୁର ଗାଁରେ ସୋମବାର ସକାଳେ ଏକ ଅଘଟଣ ଘଟିଯାଇଛି। ଏକ ସ୍କୁଲ ଭ୍ୟାନରେ ୧୭ଜଣ ଛାତ୍ରଛାତ୍ରୀ ସ୍କୁଲ ଯାଉଥିବା ବେଳେ ଭ୍ୟାନଟି ଭାରସାମ୍ୟ ହରାଇ କେନାଲକୁ ଖସିଯାଇଛି।

ସୂଚନା ଅନୁସାରେ ତୁଳସୀପୁରରେ ଥିବା ଏକ ଘରୋଇ ସ୍କୁଲକୁ ଛାତ୍ରଛାତ୍ରୀ ଏକ ମ୍ୟାଜିକ ଭ୍ୟାନରେ ଅଳଗୁଆଁ ଗାଁରୁ ଆସୁଥିଲେ। ଏହି ସମୟରେ ଡ୍ରାଇଭରଟି ଭାରସାମ୍ୟ ହରାଇବାରୁ ଭ୍ୟାନଟି କେନାଲ ମଧ୍ୟକୁ ଖସିଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କୁ ସେଠାରୁ ଉଦ୍ଧାର କରି ତାଙ୍କୁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ଏଥିରେ ଜଣେ ଛାତ୍ର ଗୁରୁତର ଥିବାରୁ ତାକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଚାରିଛକ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଏଥିରେ ମ୍ୟାଜିକ ଭ୍ୟାନଟି ବୁଡ଼ି ଯାଇଛି।