‘ଚନ୍ଦ୍ରାୟନ-୩’ର ସଫଳ ଲ୍ୟାଣ୍ଡିଂ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରାର୍ଥନା

ଦେବଗଡ଼,ଏନ୍‌ଏନ୍‌ଏସ୍ : ‘ଚନ୍ଦ୍ରାୟନ-୩’ଆଜି ଚନ୍ଦ୍ରରେ ପାଦ ଥାପିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଥିବାବେଳେ ସାରା ଦେଶରେ ଏନେଇ ଉତ୍କଣ୍ଠା ଲାଗି ରହିଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଇସ୍ରୋ ବୈଜ୍ଞାନିକଙ୍କ ଚେଷ୍ଟାରେ ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରାର୍ଥନା କରିବା ସହ ଭାରତୀୟ ବୈଜ୍ଞାନିକଙ୍କ ଗୌରବମୟ ମୁହୂର୍ତ୍ତ ପାଇଁ ଖୁସି ଜାହିର କରିଛନ୍ତି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିବା ସହ ଭିନ୍ନ ଭିନ୍ନ ଧର୍ମ ମଧ୍ୟରେ ଭାରତର ଏକତା ଓ ଅଖଣ୍ଡତାର ନମୁନା ପ୍ରଦର୍ଶନ ପାଇଁ ହିନ୍ଦୁ, ମୁସଲିମ, ଶିଖ, ଈସାଇ ଭଳି ବେଶଭୂଷାରେ ସଜ୍ଜିତ ହୋଇଥିବା ଦେଖିବାକୁ ମିଳିଥିଲା ।