ସେପ୍ଟେମ୍ବରରୁ ଦିଲ୍ଲୀରେ ପୁଣି ଷଷ୍ଠରୁ ଦ୍ୱାଦଶ ପର୍ଯ୍ୟନ୍ତ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ହାର କମୁଥିବାରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ସେପ୍ଟେମ୍ବର ୧ରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିିବ। ପରେ ସେପ୍ଟେମ୍ବର ୮ରୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଛାତ୍ରଙ୍କ ପାଇଁ ସ୍କୁଲ ଖୋଲିବ।

ସୂଚନାଯୋଗ୍ୟ, ଦିଲ୍ଲୀର ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥୋରିଟି (ଡୀଡୀଏମଏ) ଦ୍ୱାରା ଗଠିତ ଏକ ବିଶେଷଜ୍ଞ ସମିତି ସେପ୍ଟେମ୍ବରରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବା ପାଇଁ ସୁପାରିଶ କରିଥିଲେ। କିନ୍ତୁ ସମ୍ଭାବିତ ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କିଛି ଅଭିଭାବକ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛନ୍ତି।