ଶିକ୍ଷା ସୂଚିରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ୧୩ନଂ ସ୍ଥାନରୁ ଉଠିଲା ୭ନଂ କୁ

ଭୁବନେଶ୍ୱର,୩୦। ସେପଟମ୍ମ୍ବର, ୨୦୧୯ଏନ୍ଏନ୍ଏସ୍ : ନୀତି ଆୟୋଗର ଆକଳନ ଅନୁସାରେ ୨୦୧୫-୧୬ ବର୍ଷ ଅନୁପାତରେ ୧୬-୧୭ବର୍ଷରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ୨୦୧୫-୧୬ରେ ଓଡ଼ିଶାର ସ୍ଥାନ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ୧୩ନଂରେ ଥିବାବେଳେ ୧୬-୧୭ବର୍ଷରେ ୭ନଂକୁ ଆସିଛି। ଓଡ଼ିଶା ୬ପଏଣ୍ଟ ଅଧିକ ପାଇ ୭ନଂ ସ୍ଥାନ ଅକ୍ତିଆର କରିଛି। ଓଡ଼ିଶା ୧୨.୪ପ୍ରତିଶତ ୧୫-୧୬ବର୍ଷ ଅପେକ୍ଷା ଅଧିକା ପାଇଁ ଏହି ସ୍ଥାନ ଅକ୍ତିଆର କରିଛି। ୧୫-୧୬ରେ ୧୪.୮ପ୍ରତିଶତ ରଖିଥିବା ବେଳେ ୧୬-୧୭ରେ ଏହା ୬୦.୨ପ୍ରତିଶତରେ ପହଂଚିଛି। ଚିପ ସେକ୍ରେଟାରୀ ଅଶିତ ତ୍ରିପାଠୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ସେକ୍ରେଟ୍ରେରୀ ଶ୍ରୀମତି ଚିତ୍ରା ଅରମୁଗମ ଆଜି ଲୋକ ସଭାରେ ଏହି କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ସାଧୁବାଦ ଜଣାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରଶଂସା କର କହିଛନ୍ତି, ଏହା ଏକ ଉଲ୍ଲେଖନୀୟ ଉନ୍ନତି ଏବଂ ଏହାକୁ ବଜାୟ ରଖିବା ସହ ୩ନଂ ଭିତରେ ଆସିବାକୁ ଚେଷ୍ଟା କରିବା ଉଚିତ।

ପ୍ରଥମ ଥର ପାଇଁ ନୀତି ଆୟୋଗ ପକ୍ଷରୁ ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କ (ଏସଇକ୍ୟୁଆଇ) ବିକଶିତ କରାଯାଇଛି। ଏହା ମାଧ୍ୟମରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଦର୍ଶନର ମୂଲ୍ୟାଙ୍କନ କରିବା ନିମନ୍ତେ ପ୍ରୟାସ କରାଯାଇଛି। ଫଳାଫଳ ଆଧାରିତ ଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରାଯାଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ସେମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଚିହ୍ନଟ କରିବା ଲାଗି ଏକ ମଂଚ ଯୋଗାଇ ଦେବା ସହିତ ତ୍ରୁଟି ସୁଧାର ଏବଂ ନୀତିଗତ ହସ୍ତକ୍ଷେପ କାର୍ଯ୍ୟକାରୀ କରିବା ଏହି ସୂଚକାଙ୍କର ଉଦ୍ଦେଶ୍ୟ।

ନୀତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବ କୁମାର, ସଦସ୍ୟ ଡ. ବିନୋଦ ପଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ରୀନା ରାୟଙ୍କ ସମେତ ବିଶ୍ୱ ବ୍ୟାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏସଇକ୍ୟୁଆଇର ପ୍ରଥମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା।
ଦୁଇଟି ପ୍ରମୁଖ ବର୍ଗ ଯଥା, ଫଳାଫଳ ଏବଂ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ୨୦ଟି ବୃହତ ରାଜ୍ୟ ମଧ୍ୟରୁ ୧୦ଟି ରାଜ୍ୟ ଫଳାଫଳ ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଅନ୍ୟ ବୃହତ ରାଜ୍ୟଗୁଡ଼ିକ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏହି ବର୍ଗରେ ଓଡ଼ିଶା, ପଞ୍ଜାବ ଓ ହରିୟାଣାର ପ୍ରଦର୍ଶନ ଉନ୍ନତ ରହିଛି।