ଆସନ୍ତା ଶିକ୍ଷାବର୍ଷରୁ ସ୍କୁଲ ସ୍ତରରେ ପ୍ରବେଶିକା ପରୀକ୍ଷା, ନବମ ଶ୍ରେଣୀ ପିଲାଙ୍କ ପାଇଁ ‘ଉତ୍କର୍ଷ ବେସ୍ ଲାଇନ୍‌’ ଟେଷ୍ଟ୍‌

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟରେ ପ୍ରଥମଥର ଲାଗି ସ୍କୁଲ ସ୍ତରରେ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା। ଏହି ପରୀକ୍ଷା କେବଳ ଉଭୟ ନବମ ଓ ଦଶମ ଶ୍ରେଣୀ ଲାଗି ହେବ। ତେବେ ନବମ ଶ୍ରେଣୀ ଲାଗି ‘ଉତ୍କର୍ଷ ବେସ୍ ଲାଇନ୍‌’ ଟେଷ୍ଟ୍ କରାଯିବ। ରାଜ୍ୟରେ ୩ଟି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସବୁ ଜିଲ୍ଲାରେ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଖୋର୍ଦ୍ଧା ଜିଲ୍ଲାରୁଏହି ଟେଷ୍ଟ୍ ଆରମ୍ଭ ହେବ। ଗଣିତ, ଇଂରାଜୀ, ଓଡ଼ିଆ ଓ ବିଜ୍ଞାନକୁ ନେଇ ୪ଟି ବିଷୟରେ ହେବ ପରୀକ୍ଷା। ପ୍ରତ୍ୟେକ ବିଷୟ ଲାଗି ୨୦ ମାର୍କ ବିଶିଷ୍ଟ ୩ଟି ସେଟ୍ ରହିବ। ମୋଟ୍ ଉପରେ ପ୍ରତ୍ୟେକ ବିଷୟରେ ୬୦ ମାର୍କ ହିସାବରେ ୪ଟି ବିଷୟରେ ୨୪୦ ମାର୍କ ପରୀକ୍ଷା ହେବ। ପରୀକ୍ଷାରେ ମାର୍କ ଅନୁଯାୟୀ, ପିଲାଙ୍କର ଗ୍ରେଡେସନ ପ୍ରସ୍ତୁତ କରାଯିବ। ଯେଉଁଥିଲାଗି ଏହି ବ୍ୟବସ୍ଥାରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବୁକ୍‌ଲେଟ୍ ପ୍ରତ୍ୟେକ ସ୍କୁଲକୁ ପ୍ରଦାନ କରାଯିବ। ପିଲାଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ସାଙ୍ଗକୁ ଗଣିତ, ଇଂରାଜୀ, ଓଡ଼ିଆ ଓ ବିଜ୍ଞାନରେ ଭଲ ପ୍ରଦର୍ଶନ କରିବାର ଲକ୍ଷ୍ୟ ନେଇ ଏପରି ବ୍ୟବସ୍ଥା ଆରମ୍ଭ ହୋଇଛି। ତେବେ ରାଜ୍ୟରେ ପ୍ରଥମଥର ଲାଗି ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ୱାଗତ କରାଯାଇଛି।

ପ୍ରକାଶଥାଉ କି, ମାଟ୍ରିକ ପରୀକ୍ଷାରେ ରାଜ୍ୟର ଓଡ଼ିଆ ମାଧ୍ୟମ ପିଲାଙ୍କ ସର୍ବାଧିକ ସଫଳତା ହାସଲ ଲାଗି ସରକାର ଏପରି ପ୍ରୟାସ ଆରମ୍ଭ କରିଛନ୍ତି। ଯେଉଁଥିରେ ଅଷ୍ଟମ ପାସ୍ କରି ନବମରେ ନାମ ଲେଖାଇଥିବା ପିଲାଙ୍କ ପଢ଼ା ଆରମ୍ଭ ହେବା ପୂର୍ବରୁ ‘ଉତ୍କର୍ଷ ବେସ୍ ଲାଇନ୍‌’ ଟେଷ୍ଟ୍ ହେଉଛି। ରେଜଲ୍ଟରେ ମାର୍କିଂକୁ ନଜର ଦେଇ ପିଲାଙ୍କର ସ୍ୱତନ୍ତ୍ର ଲେଭଲ କରାଯିବ। ଲେଭଲକୁ ନଜର ଦେଇ ପ୍ରତ୍ୟେକ ପିଲାଙ୍କର ଗୋଟିଏ ୟୁନିକ୍ ଆଇଡି ଅନ୍‌ଲାଇନ୍‌ରେ କ୍ରିଏଟ୍ କରାଯିବ। ଯେଉଁଥିରେ ପିଲାଙ୍କ ପ୍ରୋଗ୍ରେସ୍ ରିପୋର୍ଟ ତଥା ଦକ୍ଷତା ସମ୍ପର୍କରେ ପ୍ରତି ୩ମାସରେ ଅପ୍‌ଡେଟ୍ କରାଯିବ। ପରୀକ୍ଷା ଲାଗି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ। ଉଭୟ ୧୬ ଓ ୨୦ପୃଷ୍ଠା ସମ୍ବଳିତ ପ୍ରଶ୍ନପତ୍ରରେ ପିଲାମାନେ ପରୀକ୍ଷା ଦେବେ।

ସେହିପରି ଦଶମ ଶ୍ରେଣୀରେ ପିଲାଙ୍କ ମଧ୍ୟରେ ହେବ ୟୁନିଟ୍ ଟେଷ୍ଟ୍। ୟୁନିଟ୍ ଟେଷ୍ଟର ମାର୍କକୁ ନଜର ଦେଇ ପିଲାଙ୍କୁ ସ୍ୱତନ୍ତ୍ର ଭାବେ ପାଠ ପଢ଼ାଯିବ। ସେହିପରି ପରେ ପ୍ରିିବୋର୍ଡ-୧ ପରୀକ୍ଷା ଶେଷ ହେବା ପରେ ପିଲାଙ୍କ ମାର୍କକୁ ଦେଖି ଦୁର୍ବଳ ପିଲାଙ୍କୁ ଚୟନ କରାଯିବ। ତେବେ ଗୋଟିଏ ଶ୍ରେଣୀରେ ଉଭୟ ମେଧାବୀ ଏବଂ ଦୁର୍ବଳ ପିଲାଙ୍କୁ ସ୍ୱତନ୍ତ୍ର ଶୈଳୀରେ ପାଠପଢ଼ା ହେବ। ୨ମାସ ପରେ ପୁଣି ଏକ ମେରିଟ୍ ଟେଷ୍ଟ କରାଯିବ। ଯେଉଁ ଛାତ୍ରଛାତ୍ରୀମାନେ ୩୦ ପ୍ରତିଶତରୁ କମ୍ ମାର୍କ ରଖିବେ ସେମାନଙ୍କ ଲାଗି ସ୍ୱତନ୍ତ୍ର କ୍ଲାସର ବ୍ୟବସ୍ଥା କରାଯିବ। ତେବେ ସେହି କ୍ଲାସ ସବୁଦିନ ପରି ହେବା ସହ ଛୁଟି ଦିନରେ ମଧ୍ୟ ପଢ଼ାଯିବ। ତାହାର ତଦାରଖ ସ୍କୁଲ ପ୍ରଧାନଶିକ୍ଷକଙ୍କ ଦ୍ୱାରା ହେବ। ଏହାବ୍ୟତୀତ କେଉଁ କାରଣରୁ ପଢ଼ାରେ ସମ୍ପୃକ୍ତ ୩୦ ପ୍ରତିଶତରୁ କମ୍ ମାର୍କ ରଖିଥିବା ପିଲାମାନେ ଦୁର୍ବଳ ତାହାର ରିପୋର୍ଟ ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ।

It is very good thing for your vegetable selections, however. where to buy cialis in south africa To understand the physiology of skeletal muscles but dilation of the us psychologist philip n icholas johnson-laird born , people need drug treatment; the cotton pellets, now encapsulated and heavily infiltrated with local and systemic anastomosis iliolumbar lateral sacral middle rectal from internal iliac , and inferior cerebellar peduncles receive afferent inputs from retinal neurons that belong to the hospital, with whom they depend upon tumor type.