ବିଶ୍ୱସ୍ତରୀୟ ଚିକିତ୍ସା କେନ୍ଦ୍ର ହେବ ଏସସିବି

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨ଶହ ବର୍ଷ ତଳର ସ୍ଥାପିତ ଏସସିବି ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଏହି ମେଡିକାଲକୁ ବିଶ୍ୱସ୍ତରୀୟ ଚିକିତ୍ସା କେନ୍ଦ୍ର କରିବା ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାସହ ଅତ୍ୟାଧୁନିକ ୩ ହଜାର ଶଯ୍ୟା ବିଶିଷ୍ଟ ସମନ୍ୱିତ ହସ୍ପିଟାଲ ନିର୍ମାଣ ହେବ। ଏଥିରେ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧ ରହିବ । ଦେଶର ଶ୍ରେଷ୍ଠ ଚିକିତ୍ସା ନିମନ୍ତେ ଏସସିବିକୁ ଏମ୍ସ ପ୍ଲସ୍ ପାଇଁ ଲକ୍ଷ୍ୟ ରଖାଯାଇଛି। ହସ୍ପିଟାଲର ଉନ୍ନତି ସହିତ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ରହିବା ଓ ମନୋରଞ୍ଜନ ପାଇଁ ଉତ୍ତମ ପରିବେଶ ସୃଷ୍ଟି କରାଯିବ।

ଏହାଦ୍ୱାରା ଓଡିଶା ବାହାରେ ରହୁଥିବା ଚିକିତ୍ସକମାନେ ଏଠାକୁ ଆସିବାକୁ ପସନ୍ଦ କରିବେ। ଏ ନେଇ ରାଜ୍ୟ ସରକାର ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏପରିକି ଓଡିଶାରୁ କୌଣସି ବ୍ୟକ୍ତି ଚିକିତ୍ସା ପାଇଁ ବାହାରକୁ ଯିବାକୁ ପଡିବ ନାହିଁ। ରାଜ୍ୟ ଚିକିତ୍ସା କ୍ଷେତ୍ରର ଶ୍ରେଷ୍ଠ ବ୍ୟକ୍ତିମାନେ ସେମାନଙ୍କର ସମୟ କଲେଜ ପାଇଁ ସମର୍ପିତ କରିଛନ୍ତି। ରାଜ୍ୟବାସୀଙ୍କ ତ୍ୟାଗ, ପରିଶ୍ରମ ଓ ସମର୍ପିତ ଭାବ ରାଜ୍ୟ ସରକାରଙ୍କ ସହଯୋଗରେ ଏହାକୁ ଆମେ ଦେଶର ଶ୍ରେଷ୍ଠ ୩ ଅନୁଷ୍ଠାନ ମଧ୍ୟରେ ରହିପାରିବ।

ଆଜି ଭୋରରୁ ୫-ଟି ସଚିବ ଭିକେ ପାଣ୍ଡିଆନ କଟକ ଏସସିବି ମେଡିକାଲ କଲେଜକୁ ଯାଇଥିଲେ । ଆଜି ସନ୍ଧ୍ୟାରେ ଲୋକସେବା ଭବନରେ କଟକ ବଡ ମେଡିକାଲରେ ପ୍ରଫେସର, ଅଧ୍ୟକ୍ଷ ଓ ଛାତ୍ର ପ୍ରତିନିଧି ସହ ଏସସିବିର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ।