ମାର୍ଚ୍ଚ ପହିଲାରୁ ହେବ ଏସସିବି ନବକଳେବର

କଟକ,ଏନ୍ଏନ୍ଏସ୍: ମାର୍ଚ୍ଚ ପହିଲାରୁ କଟକ ଏସସିବିରେ ନୂତନ ମେଡ଼ିକାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବିକୁ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବେ। ବଡ଼ମେଡ଼ିକାଲର ପୁରୁଣା କ୍ୟାମ୍ପରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଗତକାଲି ଏସସିବିକୁ ବିଶ୍ୱସ୍ତରୀୟ ମେଡ଼ିକାଲ କରାଯିବା ନେଇ ଘୋଷଣା ହୋଇଥିବା ବେଳେ ହାଡ଼ିଆପଠା ଠାରେ ନୂତନ ମେଡ଼ିକାଲ କମ୍ପ୍ଲେକ୍ସ କରାଯିବ ଓ ଏହାକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି।