ଟ୍ରେନ ଦୁର୍ଘଟଣା: ଏସସିବିରେ ଆଉ ୧୦୦ ବଢ଼ିଲା ବେଡ ସଂଖ୍ୟା

କଟକ,ଏନ୍‌ଏନ୍‌ଏସ୍‌: ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇଥିବା ରୋଗୀଙ୍କ ମଧ୍ୟରେ ମୋଟ ୧୭୭ଜଣ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଥିମଧ୍ୟରୁ ୬ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ବଢ଼ୁଥିବା ଆହତଙ୍କୁ ଦେଖି ଏସସିବିରେ ୧୦୦ ବେଡ ସଂଖ୍ୟା ବଢ଼ାଇ ଦିଆଯାଇଛି । ଏନେଇ ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୦୦ ବେଡର ବ୍ୟବସ୍ଥା ହୋଇଥିଲା ।