ବିଦ୍ୟାଳୟରେ ଭୂତ ଆତଙ୍କ : ଛାତ୍ରଛାତ୍ରୀ ଭୟଭିତ

ନୂଆପଡ଼ା, ଏନ୍ଏନ୍ଏସ୍ : ନୂଆପଡ଼ା ଜିଲ୍ଲା ସିନାପଲି ବ୍ଲକ ଝରବନ୍ଧ ପଂଚାୟତ ନାଗଝର ସରକାରୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଭୂତପ୍ରେତ ଥିବା ଆତଙ୍କ। ଛାତ୍ରଛାତ୍ରୀ ପାଠ ପଢ଼ିବାକୁ ଆସିବାକୁ ଭୟ କରୁଛନ୍ତି। ଗାଁରେ ୬ରୁ ୧୪ବର୍ଷ ବୟସ୍କ କୁମାରୀ କନ୍ୟା, ଛାତ୍ରୀମାନଙ୍କୁ ଗୁଣିଗାରେଡ଼ି ଓ ତାନ୍ତ୍ରୀକ ବିଦ୍ୟାବଳରେ ଆକ୍ରାନ୍ତ ହେଉଛନ୍ତି। ଯାହା ଦ୍ୱାରା ଛାତ୍ରୀମାନେ ଅସ୍ୱାଭାବିକ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଭାବକ ମାନେ ଝିଅ ପିଲାମାନଙ୍କୁ ସ୍କୁଲ ପଠାଉନାହାଁନ୍ତି। ଭୟରେ ବାପା ମା’ ପଡ଼ୋଶୀ ଛତିଶଗଡ଼, କଳାହାଣ୍ଡି, ବଲାଙ୍ଗିରି, ନବରଙ୍ଗପୁର ଜିଲ୍ଲାରେ ଥିବା ସମ୍ପର୍କୀୟମାନଙ୍କ ଘରକୁ ନେଇ ଲୁଚାଇ ରଖିଛନ୍ତି। ତେବେ ବିଗତ ତିନିବର୍ଷ ମଧ୍ୟରେ ୨୫ଜଣ ପ୍ରାଣ ହରାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ସଂନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି। ଏନେଇ ଗାଁ ଲୋକଙ୍କ ଅଭିଯୋଗ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବୁଦୁରାମ ଘିବେଲା ଏବଂ ତା’ର ଭାଇ ମଗବା ବିଘେଲା ତାନ୍ତ୍ରୀକ ସାଧନା କରି ଏମିତି କରୁଛନ୍ତି ବୋଲି ଗାଁ ଲୋକଙ୍କ ଅଭିଯୋଗ। ଏନେଇ ଗାଁ ଲୋକେ ସିନାପଲି ଥାନାରେ ଏତଲା ଦେଇଛନ୍ତି।
ବୁଦୁରାମ ମଧ୍ୟ ଗାଁ ଲୋକଙ୍କ ବିରୁଦ୍ଧରେ ପାଲଟା ଏତଲା ଦେଇଛନ୍ତି। ଗାଁରେ ଉଭୟ ପକ୍ଷରୁ ଉତେଜନା ଲାଗି ରହିଛି। ଏନେଇ ୧୮ଜଣ ଗ୍ରାମବାସୀ ଓ ବୁଡୁରମ ପକ୍ଷରୁ ୪ଜଣଙ୍କୁ ସିନାପଲି ଥାନାରେ ବ୍ୟକ୍ତଗତ ମୁଚାଲିକାରେ ଛଡ଼ାଯାଇଛି।
ଅପରପକ୍ଷରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସୁନାହାଁନ୍ତି। ପୂର୍ବ ଅପେକ୍ଷା ୭୦ ପ୍ରତିଶତ ଉପସ୍ଥାନ କମିଯାଇଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଲବନ୍ୟ ବୈଠାରୁ ପ୍ରକାଶ କରିଛନ୍ତି। ଘଟଣାଟି ତୁରନ୍ତ ଜିଲ୍ଲାପ୍ରଶାସଙ୍କୁ ହସ୍ତକ୍ଷେପ କରି ଉଭୟ ଗୋଷ୍ଠିଙ୍କୁ ବୁଝାସୁଝା କରି ସମାଧାନ କରିବାକୁ ଜରୁରୀ ହୋଇପଡ଼ିଛି।