ଓଡ଼ିଶା ହାଇକୋର୍ଟ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ପ୍ରତି ସୁପ୍ରିମକେର୍ଟର କଠୋର ଆଭିମୁଖ୍ୟ

ନୂଆଦିଲ୍ଲୀ,ଏଜେନ୍ସି: ଓଡ଼ିଶା ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଗୁରୁବାର ସୁପ୍ରିମକୋର୍ଟଙ୍କ କଠୋର ଆଭିମୁଖ୍ୟ। ଏ ନେଇ ଓଡ଼ିଶା ବାର୍ କାଉଁସିଲ ଅଧ୍ୟକ୍ଷ ଓ ବାର୍ ଆସୋସିଏସନ ସଭାପତିଙ୍କୁ ଆଫିଡେବିଟ ମାଧ୍ୟମରେ ଜଣାଇ ବ୍ୟକ୍ତିଗତ ଭାବେ ଶୁଣାଣିରେ ହାଜର ହେବା ପାଇଁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଭାରତୀୟ ବାର କାଉଁସିଲ ଅଧ୍ୟକ୍ଷଙ୍କୁ ଆନ୍ଦୋଳନରତ ଓକିଲଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାରେ ସହଯୋଗ କରିବାକୁ କହିଛନ୍ତି।

ସେହିପରି ମହକିଲ ଓ କାର୍ଯ୍ୟରେ ଯୋଗଦେବାକୁ ଇଚ୍ଛୁକ ଓକିଲଙ୍କୁ ସୁରକ୍ଷା ଯୋଗାଇବାକୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ପକ୍ଷରୁ ଲଢ଼ୁଥିବା ଓକିଲଙ୍କୁ ସତ୍ୟପାଠ ଦେବାକୁ ସୁପ୍ରିମକୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ୨୦୧୮ ଓ ୨୦୧୯ରେ କେତେଦିନ ହାଇ କୋର୍ଟ ଓ ତଳ କୋର୍ଟ ଅଚଳ ହୋଇଛି ତାହା ଜଣାଇବାକୁ କୁହାଯାଇଛି। ତେବେ ନଭେମ୍ବର ୮ରେ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ହାଇକୋର୍ଟ ପକ୍ଷରୁ ଲଢ଼ୁଥିବା ଶିବଶଙ୍କର ମିଶ୍ରଙ୍କ ସୂଚନା ଦେଇଛନ୍ତି।