ସୁପ୍ରିମ୍‌ କୋର୍ଟରେ ହୋଇଥିବା ରାଫେଲ୍‌ ରିଭ୍ୟୁ ପିଟିସନ୍‌ ଖାରଜ

ନୂଆଦିଲ୍ଲୀ,ଏଜେନ୍ସି: ରାଫେଲ୍ ମାମଲାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏଥିରେ ୨୦୧୮ରେ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ସୁପ୍ରିମକୋର୍ଟ ପକ୍ଷରୁ ଦିଆଯାଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ଖାରଜ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଏହି ରାୟର ପୁର୍ନବିଚାର କରିବାକୁ ଆବେଦନ ହୋଇଥିଲା ।

ଫରାସୀ ବିମାନ ନିର୍ମାତା ଡାସଲ୍‌ଟ୍‌ ଏଭିଏସନ୍‌ ସହ ହୋଇଥିବା ୫୯, ୦୦୦ କୋଟି ଟଙ୍କାର ରାଫେଲ୍‌(ଲଢୁଆ ବିମାନ) କିଣାଯାଇଥିବା ବେଳେ ସେଥିରେ ଅନିୟମିତତା ହୋଇଥିବା ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ ଏହାର ତଦନ୍ତ ପାଇଁ ୨୦୧୮ରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ବେଳେ ଏହାକୁ ଖାରଜ କରାଯାଇଥିଲା।

ପରେ ବିଚାରପତି ଏସ୍‌କେ କଉଲ୍‌ ଏବଂ କେଏମ୍‌ ଜୋସେଫଙ୍କୁ ଅନ୍ତର୍ଭୁକ୍ତ କରାଯଇଥିବା ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠରେ ୨୦୧୯ ମେ ୧୦ ତାରିଖରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୋବନ୍ତ ସିହ୍ନା, ଅରୁଣ ସୌରି ଓ ଓକିଲ ପ୍ରଶାନ୍ତ ଭୂଷଣ ଏହି ପିଟିସନ ଦାଖଲ କରିଥିଲେ। ଯାହାକୁ ଆଜି ସର୍ବୋଚ୍ଚ ଅଦାଲତ ପକ୍ଷରୁ ଖାରଜ କରିଦିଆଯାଇଛି।