ଅଯୋଧ୍ୟା ରାୟ ଶୁଣାଇଥିବା ଜଜଙ୍କ ସୁରକ୍ଷା ବଢ଼ିଲା

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଅତି ସମ୍ଵେଦନଶୀଳ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ୫ଜଣ ବିଚାରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏସ୍‌. ଅବଦୁଲ ନଜୀର ଏବଂ ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ ପାଞ୍ଚ ଜଣିଆ ଖଣ୍ଡପୀଠରେ ସାମିଲ ଥିଲେ। ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଅତିରିକ୍ତ ଯବାନଙ୍କୁ ନିୟୋଜିତ କରାଯାଇଛି। ଏଥିସହ ବିଚାରପତିଙ୍କ ଘରକୁ ଯିବା ଆସିବା କରୁଥିବା ରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି।