ସମାଜବାଦୀ ପାର୍ଟି ପକ୍ଷରୁ ମେଡିକାଲ କଲେଜ କରିବାକୁ ଦାବି

ଭୁବନେଶ୍ୱର,୨୭ା୮/ଏନ୍ଏନ୍ଏସ୍: ଗତକାଲି କ୍ୟାପିଟାଲ ହସପିଟାଲରେ ଆରକେଏସ୍ ମିଟିଂ ହୋଇଥିଲା। ଏହି ମିଟିଂରେ କ୍ୟାବିନ୍ ରେଟ୍ ବୃଦ୍ଧି କରାଯାଇଥିବାବେଳେ ରୋଗୀଙ୍କୁ ମୈ।ଳିକ ସୁବିଧା ସମ୍ପର୍କରେ କୌଣସି ଆଲୋଚନା କରାଯାଇନାହିଁ ବୋଲି ସମାଜଵାଦୀ ପାର୍ଟି ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ କେବେ ହସ୍ପିଟାଲକୁ ମେଡିକାଲ କଲେଜରେ ପରିଣତ କରାଯିବ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେଣୁ ତୁରନ୍ତ ଏହା ଉପରେ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବି କରିଛନ୍ତି।