ଏସବିଆଇର ୩୦ ହଜାର କର୍ମଚାରୀ ନେଇପାରନ୍ତି ଭିଆରଏସ୍

ନୂଆଦିଲ୍ଲୀ, ଏଜେନ୍ସି: କରୋନା ପ୍ରଭାବିତ ଅର୍ଥନୀତି ବ୍ୟବସ୍ଥାକୁ ନେଇ ଭାରତର ସର୍ବବୃହତ ବ୍ୟାଙ୍କିଙ୍ଗ ଉଦ୍ୟୋଗ ଏସବିଆଇ ଏହାର କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାକୃତ ଅବସର ଯୋଜନା(ଭିଆରଏସ) ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ବ୍ୟାଙ୍କର ମୋଟ କର୍ମଚାରୀଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ରହିଥିବା ବେଳେ ଚଳିତବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା ୨ ଲକ୍ଷ ୪୯ ହଜାରକୁ ହ୍ରାସ ପାଇଛି। ଏହାସତ୍ତେ୍ୱ ବ୍ୟାଙ୍କର ଖର୍ଚ୍ଚକାଟ୍ ପାଇଁ ଭିଆରଏସ୍ ଯୋଜନାରେ ଆଉ ୩୦ ହଜାର କର୍ମଚାରୀ ହ୍ରାସ କରିବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି। ଏହି ଯୋଜାନା ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ କରାଯାଇ ଫେବୃଆରୀ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ଖବର ଏଜେନ୍ସି ପିଟିଆଇକୁ ମିଳିଥିବା ବ୍ୟାଙ୍କର ଚିଠାପ୍ରସ୍ତାବ ସୂତ୍ରରୁ ଜଣାପଡ଼ିଛି।