ଏସବିଆଇ ଋଣ ସୁଧ ହାର ହ୍ରାସ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏହାର ଋଣ ସୁଧ ହାର ବ୍ୟବସ୍ଥାରେ କିଛିଟା ହ୍ରାସ କରାଯାଇଛି। ପୂର୍ବରୁ ବ୍ୟାଙ୍କର ଏମସିଏଲ୍ଆର୍ ହାର ୮.୨୫ ପ୍ରତିଶତ ରହିଥିଲା ବେଳେ ବର୍ତ୍ତମାନ ଏଥିରେ ୧୦ ବେସିସ୍ ପଏଣ୍ଟ ହ୍ରାସ କରାଯିବା ସହିତ ଏହାକୁ ୮.୧୫ ପ୍ରତିଶତ ରଖାଯାଇଛି।

ଫଳରେ ଗ୍ରାହକମାନଙ୍କୁ ଋଣ ସୁଧ ହାରରେ କିଛିଟା ଆଶ୍ୱସ୍ତି ମିଳିବ। ଏହି ପରିବର୍ତ୍ତିତ ବ୍ୟବସ୍ଥା ୨୦୧୯ ସେପ୍ଟେମ୍ବର ୧୦ ତାରିଖରୁ ଲାଗୁ ହେବ । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷ(୨୦୧୯-୨୦)ରେ ୫ଥର ଏମସିଏଲଆରରେ ହ୍ରାସ କରାଯାଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

କେବଳ ଏତିକି ନୁହେଁ ସାଂପ୍ରତିକ ସ୍ଥିତିରେ ଚାହିଦା ବୃଦ୍ଧି କରିବା ଲକ୍ଷ୍ୟରେ ଆଗାମୀ ଦିନରେ ସୁଧ ବ୍ୟବସ୍ଥାରେ ଆହୁରି ହ୍ରାସ କରାଯାଇପାରେ ବୋଲି ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ବ୍ୟାଙ୍କ ପକ୍ଷରୁ ଟର୍ମ ଡିପୋଜିଟ୍ ବ୍ୟବସ୍ଥାରେ ଦିଆଯାଉଥିବା ସୁଧରେ ୨୦ ରୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରାଯାଇଛି।