କିନ୍ନର ମାନଙ୍କ ପକ୍ଷରୁ ସାବିତ୍ରୀ ବ୍ରତ ପାଳିତ

ଫୁଲବାଣୀ,ବାଲିଗୁଡ଼ା,ଏନ୍ଏନ୍ଏସ୍ : ସମଗ୍ର ଜିଲ୍ଲାରେ ଆଜି ସାବିତ୍ରି ବ୍ରତ ପାଳନ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାର କିନ୍ନରମାନଙ୍କ ପକ୍ଷରୁ ମଧ୍ୟ ବାଲିଗୁଡ଼ା ଓ ଫୁଲବାଣୀ ଠାରେ ଏହି ସାବିତ୍ରୀ ବ୍ରତ ପାଳିତ ହୋଇଯାଇଛି । ସେମାନେ ମଧ୍ୟ ନିଜ ନିଜ ସ୍ୱାମୀ ମାନଙ୍କର ଦିର୍ଘାୟୁ କାମନା କରି ବିଧି ପ୍ରକାରେ ଏହି ବ୍ରତ ପାଳନ କରିଥିଲେ। ଫୁଲବାଣୀ ଠାରେ ନାରାୟଣୀ ମନ୍ଦିର ନିକଟସ୍ଥ ଶିବ ମନ୍ଦିର ପାଖରେ କିନ୍ନରମାନେ ଏହି ବ୍ରତ ପାଳନ କରିଥିବା ବେଳେ ସେମାନେ ସହିତ ଅନ୍ୟ ମହିଳା ମାନେ ମଧ୍ୟ ସାମିଲ ହୋଇ ଏହି ବ୍ରତ ପାଳନ କରିଥିବାର ଦେଖାଯାଇଛି। ତେବେ ପ୍ରଥମଥର ପାଇଁ ଅନ୍ୟ ମହିଳା ମାନେ କିନ୍ନରମାନଙ୍କ ସହିତ ମିଶି ବ୍ରଜ ପାଳନ କରିଥିବାରୁ ସେମାନେ ମଧ୍ୟ ବେଶ୍ ଉତ୍ସାହିତ ହୋଇଥିଲେ।

ସେହିଭଳି ବାଲିଗୁଡ଼ା ଠାରେ ପ୍ରଥମଥର ପାଇଁ କିନ୍ନରମାନେ ଏହି ବ୍ରତ ପାଳନ କରିଛନ୍ତି । ଆଜି ବିଧି ପ୍ରକାରେ ବାଲିଗୁଡ଼ା କିନ୍ନରମାନେ ବିଧି ପ୍ରକାରେ ସେମାନେ ପ୍ରସ୍ତୁତ ହୋଇ ଏହି ବତ୍ର ପାଳନ କରିଥିଲେ। ନୂଆ ଶାଢି ସହିତ ପୂଜା ପାଇଁ ଆବଶ୍ୟକ ସମସ୍ତ ସରଞ୍ଜାମ ନେଇ ପୂଜା କରିଥିବା ବେଳେ ସଂଘର ସଭାପତି ବିଷ୍ଣୁପ୍ରିୟା ପ୍ରଧାନଙ୍କ ନେତୃତ୍ୱରେ ଏହି କିନ୍ନରମାନେ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ନିଜ ଗୁରୁମାନଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ସାବିତ୍ର ବ୍ରତ ପାଳନ କରିଥିଲେ । ସାଧାରଣ ସଂପାଦକ କିନ୍ନର ଲିନା ,କିନ୍ନର ମନିଷା , କିନ୍ନର ସୁମାନୀଙ୍କ ପ୍ରାୟ ୧୦ ଜଣ କିନ୍ନର ଏହି ବ୍ରତ ପାଳନ କରିଥିଲେ। ଏହି ଅବସରରେ କିନ୍ନର ମାନେ କୋରନା ଭୂତାଣୁର ମହାମୁକାବିଲାରେ ଦେଶ ବାସୀଙ୍କୁ ଶକ୍ତି ଓ ସାମର୍ଥ ହେବା ପାଇଁ ମଧ୍ୟ ପୂଜାପାଠ କରିଥିଲେ।