ପର୍ଯ୍ୟଟକମାନେ ଯାଇପାରିବେ ସାଉଦୀ ଆରବ

ରିୟାଦ,ଏଜେନ୍ସି: ପ୍ରଥମ ଥର ପାଇଁ ସାଉଦୀ ଆରବ ଟୁରିଷ୍ଟ୍‍ ଭିସା ପ୍ରଦାନ କରିବ। ବର୍ତ୍ତମାନ ଅତି ରକ୍ଷଣଶୀଳ ରାଜ୍ୟକୁ ପର୍ୟ୍ୟଟକମାନେ ଯିବା ଆସିବା କରିପାରିବେ। ତୈଳ-ଯୁଗ ପରେ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ସର୍ବବୃହତ୍‌ ଆରବ ଅର୍ଥନୀତି ପ୍ରସ୍ତୁତି ପାଇଁ ଯୁବରାଜ ମହମଦ୍‌ ବିନ୍‌ ସଲ୍‌ମାନ୍‌ଙ୍କ ଭିଜନ୍‌-୨୦୩୦ ସଂସ୍କାର କାର୍ୟ୍ୟକ୍ରମର ପ୍ରଥମ ଉଦ୍ୟମ ହେଉଛି ପର୍ୟ୍ୟଟନ। ପର୍ୟ୍ୟଟନ ମୁଖ୍ୟ ଅହମଦ୍‌ ଅଲ-ଖାତୀବ ଏକ ବିବୃତିରେ କହିଛନ୍ତି: ଆନ୍ତର୍ଜାତିକ ପର୍ୟ୍ୟଟକମାନଙ୍କ ପାଇଁ ସାଉଦି ଆରବକୁ ଉନ୍ମୁକ୍ତ କରିବା ଦେଶ ପାଇଁ ଐତିହାସିକ ସମୟ।
ଆମେ ସେୟାର୍‌ କରିବାକୁ ଥିବା ସମ୍ପଦ- ପାଞ୍ଚଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ, ଜୀବନ୍ତ ଆଞ୍ଚଳିକ ସଂସ୍କୃତି ଏବଂ ମନୋହର ପ୍ରାକୃତିକ ସୌନ୍ଦର୍ୟ୍ୟ ଦେଖି ପର୍ୟ୍ୟଟକମାନେ ଆଚମ୍ବିତ ହେବେ।

ଶନିବାର ଦିନ ସାଉଦି ଆରବ ୪୯ଟି ଦେଶର ନାଗରିକମାନଙ୍କ ନିମନ୍ତେ ଅନ୍‌ଲାଇନ୍‌ ଟୁରିଷ୍ଟ୍‍ ଭିସା ଆବେଦନ ଖୋଲିବ ଖତୀବ କହିଛନ୍ତି।

ଖତୀବ ଆହୁରି କହିଛନ୍ତି କି, ବିଦେଶୀ ମହିଳାମାନଙ୍କ ପାଇଁ ମଧ୍ୟ ସରକାର ଡ୍ରେସ୍‌କୋର୍ଡ କୋହଳ କରିବ। ସାଉଦି ମହିଳାଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଥିବା ଆବାୟା ପରିଧାନ ନ କରିଥିବା ମହିଳାଙ୍କୁ ମଧ୍ୟ ଏଠାକୁ ଆସିବାକୁ ଅନୁମତି ମିଳିବ। କିନ୍ତୁ, ବିଦେଶୀ ମହିଳାମାନେ ମାର୍ଜିତ ପୋଷାକ ପରିଧାନ କରିବା ବାଞ୍ଛନୀୟ।