ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିପାରେ ସାଉଦି ଆରବ

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ୍ ତୈଳ ଯୋଗାଣକାରୀ ରାଷ୍ଟ୍ର ସାଉଦି ଆରବ ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଛି। ଭାରତର ବିକାଶ କ୍ଷମତାକୁ ଦୃଷ୍ଟିରେ ରଖି ପ୍ରାକୃତିକ ବାଷ୍ପ, ଭିତ୍ତିଭୂମି, ଖଣିଜ ପଦାର୍ଥ, ଉର୍ଜା, କୃଷି ଆଦି ବିଭିନ୍ନ କ୍ଷେତ୍ରରେ ସାଉଦି ଆରବ ଏହି ନିବେଶ କରିପାରେ ବୋଲି ଜଣାପଡ଼ିଛି।

ସାଉଦି ରାଷ୍ଟ୍ରଦୂତ ଡ. ସଦ୍ ବିନ୍ ମହମ୍ମଦ ଅଲ୍ ସତି କହିଛନ୍ତି ଯେ, ସାଉଦି ଆରବ ପାଇଁ ଭାରତ ଏକ ଆକର୍ଷଣୀୟ ସ୍ଥାନ ହୋଇଥିବାରୁ ତୈଳ, ଗ୍ୟାସ୍ ଓ ଖଣି ଆଦି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନୂଆଦିଲ୍ଲୀ ସହିତ ଦୀର୍ଘକାଳୀନ ଭାଗୀଦାରୀ କରିବା ଲାଗି ଆମର ଆଗ୍ରହ ରହିଛି। ଏଥିସହିତ ସାଉଦି ଆରବର ସର୍ବବୃହତ୍ ତୈଳ କମ୍ପାନୀ ଆରାମକୋ’ର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍ଆଇଏଲ୍) ସହିତ ପ୍ରସ୍ତାବିତ ଭାଗୀଦାରୀ ଦୁଇଦେଶ ମଧ୍ୟରେ ବର୍ଦ୍ଧିତ ଉର୍ଜା ସମ୍ବନ୍ଧିତ ରଣନୀତିକ ପ୍ରକୃତିକୁ ପ୍ରଦର୍ଶିତ କରିବ ବୋଲି ମଧ୍ୟ ସେ କହିଛନ୍ତି।