ଉପବାସ ଦିନରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିବନି ସ୍ୱତନ୍ତ୍ର ଖାଦ୍ୟ

ନୂଆଦିଲ୍ଲୀ: ତିହାଡ଼ ଜେଲରେ ବନ୍ଦ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଧାର୍ମିକ ଉପବାସ ଦିନରେ ସ୍ୱତନ୍ତ୍ର ଖାଦ୍ୟ ଯୋଗାଇବା ପିଟିସନକୁ ରାଓଜ ଏଭିନ୍ୟୁ କୋର୍ଟ ଖାରଜ କରି ଦେଇଛନ୍ତି । ବିଶେଷ ନ୍ୟାୟଧୀଶ ବିକାଶ ଧୂଲଙ୍କୁ ଉକ୍ତ ମାମଲାରେ ନଭେମ୍ବର ୨୫ରେ ଆଦେଶ ପାରିତ କରିବାର ଥିଲା କିନ୍ତୁ ସେ ଆଜି ପାଇଁ ସ୍ଥଗିତ ରଖିଥିଲେ ।

ସୂଚନାଯୋଗ୍ୟ, ଜେଲରେ ସାମାନ୍ୟ ଭୋଜନ ଓ ଚିକିତ୍ସା ସୁବିଧା ପ୍ରଦାନ କରାଯାଉ ନଥିବା ନେଇ ସତ୍ୟେନ୍ଦ୍ର ଜୈନ ଅଭିଯୋଗ କରିଥିଲେ । ଗିରଫ ହେବା ଦିନରୁ ତାଙ୍କୁ ଜୈନ ମନ୍ଦିର ଯିବାକୁ ଦିଆଯାଇ ନାହିଁ । ଧର୍ମ ଅନୁପାଳକ ହିସାବରେ ଧାର୍ମିକ ଉପବାସରେ ତାଙ୍କୁ ରନ୍ଧା ଡାଲି ଓ କ୍ଷୀର ଜାତୀୟ ଦ୍ରବ୍ୟ ଦିଆଯାଉ ନାହିଁ ବୋଲି ମନ୍ତ୍ରୀ ଦର୍ଶାଇଥିଲେ ।