ସତ୍ୟପୀରଙ୍କୁ କରମବୀର ଚକ୍ର ପୁରସ୍କାର

ଭବାନୀପାଟଣା,ଏନ୍ଏନ୍ଏସ୍: ଓଡ଼ିଶାର ପଞ୍ଚ୍ ମ୍ୟାନ୍ ଭାବେ ପରିଚିତ ସତ୍ୟପୀର ପଧାନ ସମ୍ମାନଜନକ କରମବୀର ଚକ୍ର ପୁରସ୍କାର ଏବଂ ବିଶ୍ୱ ଯୁବ ନେତୃତ୍ୱ ଫେଲୋଶିପ୍ ପାଇଁ ମନୋନୀତ ହୋଇଛନ୍ତି। ମିଳିତ ଜାତିସଂଘ ଏବଂ ଆଇକଙ୍ଗୋ ସଂସ୍ଥା ତରଫରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ବ୍ୟକ୍ତିଗତ ଭାବେ ୨ଟି ଗିନିଜ୍ ବୁକ୍ସ ଅଫ୍ ରେକର୍ଡ କରିବା ସହ ଦେଶର ଯୁବଗୋଷ୍ଠୀଙ୍କୁ ଏଭଳି କୀର୍ତ୍ତିମାନ କରିବା ଲାଗି ପ୍ରେରିତ କରିଥିବାରୁ ସତ୍ୟପୀରଙ୍କୁ ଏହି ପୁରସ୍କାର ଏବଂ ଫେଲୋଶିପ୍ ପାଇଁ ବଛାଯାଇଛି।

ଆସନ୍ତା ୧୨ ତାରିଖ ଦିନ ନୂଆଦିଲ୍ଲୀସ୍ଥିତ ଆଇଆଇଟି ଡୋଗ୍ରା ହଲ୍ରେ ଆୟୋଜିତ ଏକ ଉତ୍ସବରେ ଏହି ସମ୍ମାନଜନକ ପୁରସ୍କାର ଓ ଫେଲୋଶିପ୍ ସତ୍ୟପୀରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନାରୁ ପ୍ରକାଶ।