ଓପିଏସସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର, ଏନ୍ଏନ୍ଏସ୍: ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ ଅଧିକାରୀ ଡ. ସତ୍ୟଜିତ ମହାନ୍ତି। ପୁଲିସ ସେବାରୁ ଗତକାଲି ସ୍ୱେଚ୍ଛାକୃତ ଭାବେ ଅବସର ନେବା ପରେ ଶ୍ରୀ ମହାନ୍ତି ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ଡ. ସତ୍ୟଜିତ୍ ମହାନ୍ତି ୧୯୮୮ ମସିହାରେ ଭାରତୀୟ ପୁଲିସ୍ ସେବାରେ ଯୋଗଦେଇଥିଲ। ଏହି ୩୩ ବର୍ଷ ବୃତ୍ତିଗତ ଜୀବନକାଳ ମଧ୍ୟରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ତଥା ରେଞ୍ଜମାନଙ୍କରେ ଯଥାକ୍ରମେ ଆରକ୍ଷୀ ଅଧୀକ୍ଷକ, ଆରକ୍ଷୀ ଉପ-ମହାନିରୀକ୍ଷକ ଏବଂ ଆରକ୍ଷୀ ମହାନିରୀକ୍ଷକ ଭାବରେ ଅବସ୍ଥାପିତ ହୋଇ ଦକ୍ଷତାପୂର୍ଣ୍ଣ, କୃତିତ୍ୱ ଓ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଛନ୍ତି।