ବଲିଉଡ କଳାକାର ସତୀଶ କୋଲଙ୍କ ଦେହାନ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବଲିଉଡ ଅଭିନେତା ସତୀଶ କୋଲଙ୍କ ଶୁକ୍ରବାର ମୁମ୍ବାଇରେ କରୋନା ରୋଗରେ ମୃତ୍ୟୁ ହୋଇଛି। ସେ ବଲିଉଡରୁ ଆରମ୍ଭ କରି ପଞ୍ଜାବୀ ଫିଲ୍ମ ଓ ମହାଭାରତର ଧାରାବାହିକରେ ଭଗବାନ ଇନ୍ଦ୍ରଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଅମିତାଭ ବଚ୍ଚନ ଓ ଦିଲ୍ଲୀପ କୁମାରଙ୍କ ଭଳି ପ୍ରଖ୍ୟାତ କାଳକାରଙ୍କ ସହିତ ମଧ୍ୟ କାମ କରିଥିଲେ। ତାଙ୍କ ମୃତ୍ୟୁ ବଲିଉଡକୁ ଆଉ ଏକ ଦୁଃଖର ଦେଇଛି। ସତୀଶ କୋଲଙ୍କ ଦେହାନ୍ତ ଖବର ପାଇ ଟିଭି ଇଣ୍ଡଷ୍ଟ୍ରି ଓ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ସୋସିଆଲ ମିଡ଼ିଆରେ ଶୋକ ବ୍ୟକ୍ତ କରିଛନ୍ତି।

ସତିଶ କୋଲ ହିନ୍ଦି ଓ ପଞ୍ଜାବୀର ୩ ଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେହିପରି ବଲିଉଡର ପ୍ୟାର ତୋ ହୋନା ହି ଥା, ଆଣ୍ଟି ନମ୍ବର ୱାନ, ଜଞ୍ଜିର, ୟାରାନା ଓ ରାମ ଲଖନ ଫିଲ୍ମରେ ଅଭିନୟ କରିଛନ୍ତି। ଅନ୍ୟପଟେ ଛୋଟ ପରଦା ମଧ୍ୟରେ ମହାଭାରତରେ ଇନ୍ଦ୍ର ଦେବ ଭୂମିକାରେ ଅଭିନୟ କରିବା ସହିତ ବିକ୍ରମ ବେତାଳରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ୨୦୧୫ ମସିହାରେ ତାଙ୍କ ଅଣ୍ଟା ଭାଙ୍ଗିଯିବାରୁ ସେ ଦେଢ଼ ବର୍ଷ କାଳ ହସ୍ପିଟାଲ ବେଡରେ ରହିଥିଲେ। ଏହାପରେ ସେ ବୃଦ୍ଧାଶ୍ରମ ଯାଇ ସେଠାରେ ସେ ୨ ବର୍ଷ ରହିଥିଲେ।