ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ଲାଗି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଓ ଶଶି ଥରୁର ମୁହାଁମୁହିଁ ହୋଇଛନ୍ତିି । ଇତିମଧ୍ୟରେ ନିଜ ସହ ହେଉଥିବା ପକ୍ଷପାତିତା ସମ୍ବନ୍ଧରେ ଶଶି ଥରୁର ମୁହଁ ଖୋଲିଛନ୍ତି । ଶଶି ଥରୁର କହିଛନ୍ତି ଯେ, ଅନେକ ରାଜ୍ୟରେ ତାଙ୍କ ପ୍ରତିଦ୍ୱନ୍ଦୀ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ସ୍ୱାଗତ କରାଯାଇଛି ଏବଂ ବଡ଼ ବଡ଼ ନେତା ତାଙ୍କୁ ଭେଟୁଛନ୍ତି । କିନ୍ତୁ ମୋ ସହ ଏପରି ବ୍ୟବହାର କରାଯାଉ ନାହିଁ । ମୁଁ ଏହାକୁ ନେଇ କୌଣସି ଅଭିଯୋଗ କରୁନି । ବ୍ୟବସ୍ଥାରେ ଅଭାବ ରହିଛି କାରଣ ୨୨ ବର୍ଷ ହେବ ପାର୍ଟିରେ ନିର୍ବାଚନ ହୋଇନାହିଁ ।
ଶଶି ଥରୁର ଆହୁରି କହିଛନ୍ତି ଯେ, ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟିର ନିର୍ବାଚନ ମଣ୍ଡଳୀ ସଦସ୍ୟଙ୍କ ସହ ବୈଠକ କରିଥିଲି । ଉକ୍ତ ବୈଠକରେ ମୁଁ ମୋ ପାଇଁ ଭୋଟ ମାଗିଲି । ଏଥିରେ ପୂର୍ବ ସାଂସଦ ସନ୍ଦୀପ ଦୀକ୍ଷିତ, ଦିଲ୍ଲୀ ମହିଳା କଂଗ୍ରେସ ଅଧ୍ୟକ୍ଷ ଅମୃତା ଧବନଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।