ଅନ୍ତର୍ଜାତିକ କ୍ଷାତି ସମ୍ପର୍ଣ୍ଣ ଡଙ୍ଗରିଆଙ୍କ ସାପ୍ତାହିକ ହାଟକୁ ବନ୍ଦ କଲେ ସରପଞ୍ଚ

ରାୟଗଡା/କଲୋନରା,ଏନ୍ଏନ୍ଏସ୍: ଆଜି ରାୟଗଡା ଜିଲ୍ଲାରେ ପୁଣି ୪ ଜଣ କରୋନା ପଜିଟିଭି ବାହାରିବା ପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢିଛି। ସେପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଅଫିସର କରୋନା ପଜିଟିଭି ଚିହ୍ନଟ ହେବାପରେ ସିଡିଏମଓ ହୋମ କ୍ୱାରେଣ୍ଟାଇନରେ ଯାଇଛନ୍ତି।

ସୂଚନା ଅନୁସାରେ ଆଜି ଜିଲ୍ଲାର କଲୋନରା, କାଶୀପୁର, ଡଙ୍ଗାସିଲି ଏବଂ ରାୟଗଡ଼ ସହରର ରାଣୀଗୁଡା ଫାର୍ମ ଅଞ୍ଚଳରେ ଥିବା ମିନି ମେଡ଼ିକାଲ କଲୋନୀରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସେବାଶ୍ରମ କୋଲନରା, କାଶୀପୁର ହାଇସ୍କୁଲ, ଅଙ୍ଗୁର ଗ୍ରାମ ସହ ରାୟଗଡାର ମିନି ମେଡ଼ିକାଲ କଲୋନୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ସିଲ କରାଯାଇଛି। ସେପଟେ ଦିନକୁ ଦିନ ଜିଲ୍ଲାରେ କାରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ଦେଖି ଡ଼ଙ୍ଗରିୟା ଅଞ୍ଚଳରେ ଅଧିକ ସଂକ୍ରମଣର ଭୟ ରହିଥିବାରୁ ନିଜର ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଚାଟିକଣା ମହିଳା ସରପଞ୍ଚ ସୁକାନ୍ତି ପେରିଶିକା ହାଟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରାୟଗଡ଼ା ଜିଲ୍ଲାର ପ୍ରମୁଖ ଡଙ୍ଗରିଆ ସାପ୍ତାହିକ ହାଟ ବିଷମକଟକ ବ୍ଲକର ଚାଟିକଣାରେ ହୋଇଆସୁଥିବା ବେଳେ ଏହି ହାଟକୁ ନିକଟ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ବଲାଙ୍ଗିର ଓ ଆନ୍ଧ୍ରପ୍ରଦେଶ ସମେତ ଦେଶ ବାହାରୁ ଅନେକ ଲୋକ ଯାତାୟାତ କରିଥାନ୍ତି। ତେଣୁ ଡଙ୍ଗରିଆ ଓ ସାଧାରଣ ଜନତାଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବାକୁ ଚାଟିକଣାର ସରପଞ୍ଚ ହାଟକୁ ବନ୍ଦ କରିଛନ୍ତି।