ସର୍ବଶିକ୍ଷା ଅଭିଯାନର ବିଚିତ୍ର ଚିତ୍ର : ୧୦୭ ପରୀକ୍ଷାର୍ଥୀଙ୍କ ପାଇଁ ୩ଟି ପ୍ରଶ୍ନପତ୍ର

ଦେବଗଡ,ଏନଏନଏସ: ଶିକ୍ଷାର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ଉପରେ ଯୋଜନା ହୋଇ କୋଟି କୋଟି ଟଙ୍କ ଖର୍ଚ୍ଚ ହେଉଥିବାବେଳେ ବିଭାଗୀୟ ଅଧିଜାରୀଙ୍କ ଖାମଖିଆଲୀ ମନୋଭାବ ଯୋଗୁଁ ସରକାରୀ ଶିକ୍ଷା ବ୍ୟବସ୍ଥା ଆଜି ମଧ୍ୟ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ତାତ୍ସଲ୍ୟ ସଦୃଶ ହୋଇଛି। ଏଭଳି ଘଟଣା ଘଟିଛି ଦେବଗଡ ଜିଲ୍ଲା ତିଲେଇବଣୀ ବ୍ଲକ ଅନ୍ତର୍ଗତ କଂସର ସରକାରୀ ବିଦ୍ୟାଳୟରେ।

ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ କଂସର ସରକାରୀ ହାଇସ୍କୁଲରେ ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ରହିଥିବା ବେଳେ ଆଜିଠାରୁ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହୋଇଥିଲା। ମାତ୍ର ଅଷ୍ଟମ ଶ୍ରେଣୀର ୧୦୭ ଛାତ୍ରଛାତ୍ରୀମାନଙ୍କ ଇତିହାସ ବିଷୟ ପରୀକ୍ଷା ପାଇଁ ସର୍ବଶିକ୍ଷା ଅଭିଯାନ ପକ୍ଷରୁ ମାତ୍ର ୩ଟି ପ୍ରଶ୍ୱ ପତ୍ର ଯୋଗାଇ ଦିଆଯାଇଥିଲା। ଏ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧିର କୁମାର ପ୍ରଧାନ ପ୍ରଶ୍ୱ ଆଣିଥିବା

ସିଆରସିସି ଦିଲ୍ଲିପ ନାଏକଙ୍କୁ ଛାତ୍ର ଛାତ୍ରୀଙ୍କ ତୁଳନାରେ ପ୍ରଶ୍ୱପତ୍ର କମ ଯୋଗାଣ କରାଯାଇଥିବାରୁ ପରୀକ୍ଷା ପରିଚାଳନା ପାଇଁ ସମସ୍ୟା ସୃଷ୍ଟି ହେବା ନେଇ କହିବା ପରେ ସିଆରସିସି ଶ୍ରୀ ନାଏକ କଳାପଟାରେ ପ୍ରଶ୍ନ ଲେଖି ପରୀକ୍ଷା ପରିଚାଳାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଫଳରେ ଉକ୍ତ ବିଦ୍ୟାଳୟର ୧୦୭ପରୀକ୍ଷାର୍ଥୀଙ୍କ ପାଇଁ ୩ ପ୍ରଶ୍ନପତ୍ରକୁ ମ୍ୟାନେଜ କରିବାକୁବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ କଳାପଟାର ଆଶ୍ରୟ ନେବାକୁ ପଡିଥିଲା।

ତେବେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତୁଳନାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାନଯାଇ କେଉଁ ଉଦ୍ଦେଶ୍ୟରେ କମ ପ୍ରଶ୍ନପତ୍ର ଛପା ଯାଇ ଯୋଗାଣ କରାଯାଇଛି। ତାହା ତଦନ୍ତ ସାପେକ୍ଷ ବୋଲି ବହୁ ଅଭିଭାବକ ମତପ୍ରକାଶ କରିଥିବା ବେଳେ ଏ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସର୍ବଶିକ୍ଷା ଅଭିଯାନର ସଂଯୋଜକ ପ୍ରଦୋଶ କୁମାର ନାଏକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।