ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡ଼ା ଗ୍ରାମପଞ୍ଚାୟତର ସାରସପାଲିରେ ୨ଜଣ ଏବଂ ଝରାପାଲି ମାର୍କେଟରେ ଜଣେ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଂକ୍ରିଡ଼ା ସରପଞ୍ଚ ସୁଶାନ୍ତ କୁମାର ସାହୁ ସାରସପାଲି ଓ ଝରାପାଲି ମାର୍କେଟକୁ ସଟଡାଉନ ଘୋଷଣା କରିଛନ୍ତି। ୬ ତାରିଖ ଅପରାହ୍ନ ୨ଟାରୁ ୮ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଉପରୋକ୍ତ ଅଞ୍ଚଳ ସଟଡାଉନ ରହିବ ବୋଲି ସୂଚନା ଦିଆଯାଇଛି। ଏହି ସମୟରେ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲିଧର ନାୟକ, ଯୋଗାଣ ନିରୀକ୍ଷକ ପ୍ରସନ୍ନ ଦେହୁରୀ, ଆରଆଇ ମନୋରଞ୍ଜନ ଲୁହା, ପଞ୍ଚାୟତ ଇଓ ତରଣୀସେନ ଜେନାଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ସାରସପାଲି ଓ ଝରାପାଲି ମାର୍କେଟକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରିଥିଲେ।