ପୁଣି ସରପଞ୍ଚ ଗାଁ ବୁଲି କରୋନା ସଚେତନତା ବାର୍ତ୍ତା ଦେଲେ

ହାଟଡ଼ିହି,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲାର ହାଟଡ଼ିହି ବ୍ଲକ୍ ହାଟଡ଼ିହି ପଞ୍ଚାୟତର ସରପଞ୍ଚ ଅନୁସୟା ସେଠୀ ପୁଣି ଗ୍ରାମ ବୁଲି ଲୋକମାନଙ୍କୁ କରୋନ ସମ୍ପର୍କିତ ସଚେତନତା କରାଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସାମାଜିକ ଦୂରତା ପାଳନ କରିବା ସହ ବାହାରକୁ ଗଲେ ମାସ୍କ ପିନ୍ଧିବା, ଘରକୁ ଫେରିବା ସମୟରେ ସାବୁନରେ ହାତ ଧୋଇ ଘରକୁ ଯିବାକୁ ଅନୁରୋଧ କରିଛନ୍ତି। ସେହିପରି ପିଲାମାନଙ୍କୁ ଏକା ସାଙ୍ଗରେ ଖେଳିବା ଅର୍ଥାତ ତାସ, ଲୁଡୁ ଆଦି ନ ଖେଳିବାକୁ କହିଛନ୍ତି। ପ୍ରଥମ ଦିନରେ ହାଟଡ଼ିହି ପଞ୍ଚାୟତର ଅଣା, ମଠ ଡାହି, ତରାଗଡ଼ିଆ ଓ ଦ୍ୱିତୀୟ ଦିନରେ କୁଣ୍ଡିସାହି, ମୁଦୁଲିସାହି, ଖାଣ୍ଟପଦା ଆଦି ଗ୍ରାମରେ ଘର ଘର ବୁଲି ସଚେତନର ବାର୍ତ୍ତା ଦେଇଛନ୍ତି।

ଏହି ସମୟରେ ଲୋକ ସେମାନଙ୍କର ଅଭିଯୋଗ ଶୁଣାଇ ଥିଲେ। ତେବେ ସରପଞ୍ଚ ସେମାନଙ୍କ କଥା ରଖିବା ସହ କରୋନାରୁ ରାଜ୍ୟ ଓହରିବା ପରେ ଏହି ସବୁ ସୁବିଧା ଯୋଗାଇ ଦିଆଯିବ ତେଣୁ ବର୍ତ୍ତମାନ ସରକାରଙ୍କ ଲକଡାଉନକୁ ପାଳନ କରନ୍ତୁ ବୋଲି କହିଥିଲେ।