୨ଟି ସ୍ତ୍ରୀ ଥିବାରୁ ପଦ ହରାଇଲେ ଡଙ୍ଗାରେଗୁଡ଼ା ସରପଞ୍ଚ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅଧୀନ ଡଙ୍ଗିରିଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଫୁଲସିଂ ମାଝୀଙ୍କ ୨ଟି ସ୍ତ୍ରୀ ଥିବାରୁ ରବିବାର ତାଙ୍କୁ ସରପଞ୍ଚ ପଦରୁ ହଟାଯାଇଛି। ସୂଚନା ଅନୁସାରେ ଫୁଲ ମାଝୀଙ୍କ ଦୁଇ ପତ୍ନୀ ହେଲେ କୋହ୍ନେଇ ମାଝୀ ଓ ଅଇମନି ମାଝୀ। ଏହି ପରିପ୍ରେକ୍ଷୀରେ ସରପଞ୍ଚ ପଦବୀକୁ ଜିଲ୍ଲା ମାଜିଷ୍ଟ୍ରେଟ ଡ. ଅଜିତ କୁମାର ମିଶ୍ର ଅସିଦ୍ଧ ଘୋଷଣା କରିଛନ୍ତି। ଆର୍ ଏମସି/ଜିପି, କେସ ନଂ-୨୩/୨୦୧୭ ତାରିଖ ୩୧/୧୨/୨୦୧୯ରେ ପଞ୍ଚାୟତ ଆଇନ ଅନୁସାରେ ୧୯୬୪ ଧାରାର ୨୫ ଉପଧାରା ଅନୁଯାୟୀ ଅଯୋଗ୍ୟ ଘୋଷିତ କରାଯାଇଛି।

ଗତ ୨୦୧୭ ମାର୍ଚ୍ଚ ୧୬ ତାରିଖରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ, ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଶ୍ୟାମସୁନ୍ଦର ନାୟକ, କପୁର ପୂଜାରୀ, ହରେଶ ଚନ୍ଦ୍ର ମାଝୀ, ପୁରୁଷୋତ୍ତମ ପୂଜାରୀ ଅଭିଯୋଗ କରିଥିଲେ। ପଞ୍ଚାୟତ ଆକ୍ଟ-୧୯୯୪ରେ ଯାହାର ଏକାଧିକ ସ୍ତ୍ରୀ ରୁହେ ସେହି ବ୍ୟକ୍ତି ଜଣକ ନିର୍ବାଚନ ଲଢି ପାରିବ ନାହିଁ। ଦୀର୍ଘଦିନ ଧରି ଚାଲିଥିବା ଏହି କେସକୁ ନବରଙ୍ଗପୁରର ଓକିଲ ଶ୍ରୀ ଗୋପାଳ ସତପଥି ପରିଚାଳନା କରିଥିଲେ।