କେତେକ ବିଧାୟକ ଧୋକ୍କା ଦେଇଛନ୍ତି: ଶରଦ ପାୱାର

ମୁମ୍ବାଇ,ଏଜେନ୍ସି: ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ରର ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ହୋଇଥିଲାବେଳେ ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଏନ୍ସିପି ନେତା ଅଜିତ ପାୱାର। ଏନ୍ସିପିର କେତେକ ବିଧାୟକ ମଧ୍ୟ ଅଜିତଙ୍କ ରାସ୍ତାରେ ଯାଇଥିବାରୁ ଦଳର ସୁପ୍ରିମୋ ଶରଦ ପାୱାର ଏଥିରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ, ତାଙ୍କ ଦଳର କେତେକ ବିଧାୟକ ଧୋକ୍କା ଦେଇଛନ୍ତି। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶରଦ ପାୱାର କହିଛନ୍ତି, ଶପଥ ଗ୍ରହଣ ଉତ୍ସବରେ ଏନ୍ସିପିର ୧୨ ଜଣ ବିଧାୟକ ଉପସ୍ଥିତ ଥିଲେ ବୋଲି କୁହାଯାଉଛି। ଯେଉଁ ବିଧାୟକମାନଙ୍କ ନାମ ଦର୍ଶାଯାଉଛି ସେମାନଙ୍କ ମଧ୍ୟରୁ ୩ ଜଣ ଇତିମଧ୍ୟରେ ଏନ୍ସିପିକୁ ଫେରିଆସିଛନ୍ତି ବୋଲି ଶରଦ ପାୱାର କହିଛନ୍ତି। ସେ ଏହି ଅବସରରେ ସେହି ୩ ବିଧାୟକଙ୍କୁ ସାମ୍ବାଦିକମାନଙ୍କ ଆଗରେ ଉପସ୍ଥାପନ କରିଥିଲେ।