ସେନିଆ ଗାନ୍ଧୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ପହଞ୍ଚିଲେ ଏନସିପି ସୁପ୍ରିମୋ ଶରଦ ପାୱାର

ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ ସରକାର ଗଢ଼ିବା ପାଇଁ ସୋମବାର କଂଗ୍ରେସର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଆଲୋଚନା କରିବେ। ଏ ନେଇ ଶ୍ରୀ ପାୱାର ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ଶରଦ ପାଓ୍ୱାର ପହଞ୍ଚିବା ପରେ ସରକାର ଗଢ଼ିବା ନେଇ ପଚାରିଥିଲେ ଗଣମାଧ୍ୟମ ପ୍ରତିନିଧି।

ଜବାବରେ ପାଓ୍ୱାର କହିଥିଲେ, ତାଙ୍କୁ ପଚାରିବା ବଦଳରେ ଶିବସେନା ଏବଂ ବିଜେପିକୁ ହିଁ ପଚାରିବା ଦରକାର ବୋଲି ସେ କହିଥିଲେ।