ସାରାଙ୍କ ଫିଟନେସ୍ ସିକ୍ରେଟ୍

ନୂଆପିଢ଼ିର ହିରୋଇନ୍ ସାରା ଅଲ୍ଲୀ ଖାନଙ୍କ ଫିଟନେସ୍ ସିକ୍ରେଟ୍ ଜାଣନ୍ତି? ଦେଖନ୍ତୁ ଏହି ଭିଡିଓ। ଆପଣ ଜାଣନ୍ତି, ସାରାଙ୍କୁ ନେଇ ବଲିଉଡ୍ରେ ଢେର୍ ଚର୍ଚ୍ଚା। ଏହା ସହିତ ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ସକ୍ରିୟ ସାରା। ନିକଟରେ ସାରାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି ଇଣ୍ଟରନେଟ୍ରେ। ‘କେଦାରନାଥ’ ଫେମ୍ ସାରା ଜିମରେ ଜମାଣିଆ ଏକ୍ସରସାଇଜ୍ କରୁଥିବା ଦେଖିବାକୁ ମିଳୁଛି ଏହି ଭିଡିଓରେ।

ନିଜକୁ ଫିଟ୍ ରଖିବା ପାଇଁ ସାରା କେତେ ପରିଶ୍ରମ କରନ୍ତି, କେମିତି ଝାଳ ବୁହାନ୍ତି ଏ ଭିଡିଓଟି ଦେଖିଲେ ଆପଣ ବୁଝିଯିବେ। ଜିମ୍ ଭିଡିଓ ସେୟାର କରିବା ସହିତ ସାରା ଲେଖିଛନ୍ତି – ‘ହରଦିନ ସମର୍ପଣ, ଫିର୍ ଗିଲ୍ଟ ଫ୍ରି ଭେକେସନ୍’। ସାରାଙ୍କ ଏହି ଭିଡିଓଟିକୁ ବହୁ ସଂଖ୍ୟାରେ ଦେଖିବା ସହିତ ପସନ୍ଦ ବି କରୁଛନ୍ତି ପ୍ରଶଂସକ। ସାରାଙ୍କ ଅପକମିଂ ଫିଲ୍ମ ମଧ୍ୟରେ ରହିଛି ‘ଲଭ୍ ଆଜ୍ କଲ୍୨’ ଓ ‘କୁଲି ନମ୍ବର ୧’।

Comments are closed.