ବାଂଲାଦେଶକୁ ଝଟକା, ସକିବଙ୍କୁ କ୍ରିକେଟରୁ ୨ ବର୍ଷ ବାସନ୍ଦ

ଦଳର ଷ୍ଟାର ଅଲରାଉଣ୍ଡର ସକିବଲ ହାସନଙ୍କୁ ୨ବର୍ଷ ପାଇଁ ଆଇସିସି ବାସନ୍ଦ କରିଛି। ଦୁର୍ନୀତି ସମ୍ବନ୍ଧିତ ଘଟଣା ଅଇସିସିକୁ ଅବଗତ ନ କରାଇବାରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇସିସିଆଇ ଆଣ୍ଟିକରପସନ କୋର୍ଡର ଉଲଂଘନ କରିଥିବା ସେ ସ୍ୱିକାର କରିଛନ୍ତି। ତେବେ ଏହି ଘଟଣା ପରେ ତାଙ୍କ କ୍ରିକେଟ କ୍ୟାରିୟର ବିପଦରେ ପଡ଼ିଯାଇଛି। ସାକିବ କ୍ରିକେଟର କୌଣସି ଫର୍ମାଟରେ ଖେଳିପାରିବେ ନାହିଁ। ବାସନ୍ଦାଦେଶ ଲାଗିବା ପରେ ସାକିବ ଆସନ୍ତାବର୍ଷ ଆଇପିଏଲ ମଧ୍ୟ ଖେଳିପାରିବେ ନାହିଁ।

ଅଭିଯୋଗ ଅନୁସାରେ ୨୦୧୮ରେ ବାଂଲାଦେଶ, ଶ୍ରୀଲଙ୍କା ଏବଂ ଜିମ୍ବାୱେକୁ ନେଇ ଆୟୋଜିତ ତ୍ରିରାଷ୍ଟ୍ରୀୟ ସିରିଜ ଏବଂ ୨୦୧୮ ଆଇପିଏଲ ସମୟରେ ତାଙ୍କ ସହିତ ବୁକି ଯୋଗାଯୋଗ କରିଥିଲେ। ବୁକି ସାକିବଙ୍କୁ ମ୍ୟାଚ ଫିକ୍ସଂ କରିବାକୁ ଅଫର ଦେଇଥିବାବେଳେ ସେ ଏହାର ସୂଚନା ଆଇସିସିର ଆଣ୍ଟି କରପସନ୍ ଏବଂ ସିକୁରିଟିକୁ ଦେଇନଥିଲେ। ତେବେ ସାକିବଙ୍କୁ ବୁକି ଯୋଗାଯୋଗ କରିବାର ସୂଚନା ନ ଦେବା ଅଭିଯୋଗ ହୋଇଛି।