କଟକ,ଏନ୍ଏନ୍ଏସ୍: କାଲିଠୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। କାଲିଠୁ ୨୪ ତାରିଖ ଯାଏ ଚାଲିବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଆସନ୍ତା କାଲିଠାରୁ ଆରମ୍ଭ ହେବ। ୧୫୩ଟି କେନ୍ଦ୍ରରେ ସପ୍ଲିମେଣ୍ଟାରି ଓ ୮୮ କେନ୍ଦ୍ରରେ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟର ୨୪୧ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୫ ହଜାର ୫୮୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ତେବେ ଏଥର ୧୦୦ ପରିବର୍ତ୍ତେ ୮୦ ନମ୍ବରରେ ହେବ ପରୀକ୍ଷା ହେବ। ୫୦ ନମ୍ବରର ସଂକ୍ଷିପ୍ତ ଉତ୍ତର ପାଇଁ ପିଲାଏ ପୂରଣ କରିବେ ଓଏମଆର ସିଟ୍। ସେହିପରି ୨୦ଟି କେନ୍ଦ୍ରରେ ଉଭୟ ପରୀକ୍ଷାର ଖାତାର ମୂଲ୍ୟାୟନ ହେବ। ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି।