ସନ୍ତୋଷ ଭୋଳ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ଅଧ୍ୟକ୍ଷ ମନୋନୀତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଭାପତି ତଥା ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ କେଶରୀୟା ହିନ୍ଦୁ ବାହିନୀର ପ୍ରଦେଶ ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି । ଏହି ଅବସରରେ ଶ୍ରୀ ଭୋଳ କେଶରୀୟା ହିନ୍ଦୁ ବାହିନୀର ସଂସ୍ଥାପକ ଅତୁଲ ମିଶ୍ର,ରାଷ୍ଟ୍ରୀୟ ଅଧକ୍ଷ ଅଞ୍ଜୁ ସିଂ ଶିଖରୱାର, ରାଷ୍ଟ୍ରୀୟ କୋର କମିଟି ଅଧକ୍ଷ ସଂସ୍କୃତି ସିଂ, ରାଷ୍ଟ୍ରୀୟ ସଂପାଦକ ଦିଲ୍ଲୀପ ଦାସ, ଓଡ଼ିଶା ପ୍ରଦେଶ କୋର କମିଟିର ସମସ୍ତ ସଦସ୍ୟ, ପ୍ରଦେଶ ମୁଖ୍ୟ ମୋର୍ଚ୍ଚା, ପ୍ରଦେଶ ମହିଳା ମୋର୍ଚ୍ଚା, ପ୍ରଦେଶ ଯୁବ ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଓ ପ୍ରଦେଶର ସମସ୍ତ କାର୍ୟ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବାହିନୀର ଆଶା ଓ ବିଶ୍ୱାସକୁ ପୂରଣ କରିବା ସହ ତାଙ୍କ ଦାୟିତ୍ୱକୁ ସୁଚାରୁରୂପେ ତୁଲାଇବା ପାଇଁ ସମସ୍ତ ପ୍ରଚେଷ୍ଟା କରିବି । ଆଗାମୀ ଦିନରେ ପ୍ରଦେଶର ସମସ୍ତ ଜିଲ୍ଲାରେ ବାକି ରହିଯାଇଥିବା ପଦଗୁଡ଼ିକ କିପରି ଶୀଘ୍ର ପୂରଣ କରାଯାଇପାରିବ ସେଥିପ୍ରତି ଉଚିତ ପଦକ୍ଷେପ ନେବା ସହ ପ୍ରତ୍ୟେକ ଜିଲ୍ଲାରେ କେଶରୀୟା ପରିବାର ସହ କିପରି ହିନ୍ଦୁ ଭାଇମାନଙ୍କୁ ଯୋଡ଼ା ଯାଇପାରିବ ସେଥିପ୍ରତି ମୁଁ ବିଶେଷ ଧ୍ୟାନ ଦେବି ବୋଲି ଶ୍ରୀ ଭୋଳ କହିଛନ୍ତି। ଏଥିସହିତ ସମସ୍ତଙ୍କ ସହଯୋଗରେ ଓଡ଼ିଶା ପ୍ରଦେଶରେ କେଶରୀୟା ହିନ୍ଦୁ ବାହିନୀକୁ ସଂଗଠିତ କରି ହିନ୍ଦୁତ୍ୱ, ଗୋ-ସୁରକ୍ଷା ଓ ସମାଜ ପାଇଁ ଦୃଷ୍ଟାନ୍ତମୂଳକ କାର୍ୟ୍ୟ କରିବ। ଓଡ଼ିଶା ପ୍ରଦେଶ କେମିତି ରାଷ୍ଟ୍ରୀୟସ୍ତରରେ ଉଦାହରଣ ସୃଷ୍ଟି କରିପାରିବ ସେଥିପାଇଁ ଅନବରତ କାର୍ୟ୍ୟ ଜାରି ରଖିବା ନେଇ ଶ୍ରୀ ଭୋଳ ଦୃଢୋକ୍ତି ପ୍ରକାଶ କରିଛନ୍ତି ।