ସଂସ୍କୃତ ଶିକ୍ଷକ ନିଲମ୍ବିତ

ରାୟଗଡା,ଏନ୍ଏନ୍ଏସ୍ : କରୋନା ନିୟମକୁ ଅବମାନନା କରିବା ଅଭିଯୋଗରେ ଜଣେ ସଂସ୍କୃତ ଶିକ୍ଷକଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିଲମ୍ବନ ଆଦେଶ ଜାରୀ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, କେରେଡା ସ୍ଥିତ ହାଇସ୍କୁଲର ସଂସ୍କୃତ ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀଙ୍କୁ କରୋନା ନିୟମକୁ ଅବମାନନା କରିବା ସହ ସ୍ଲୁଲରେ ଅନୁପସ୍ଥିତ ରହୁଥିବା ଯୋଗୁଁ ତାଙ୍କୁ ଜିଲ୍ଲାପାଳ ପତ୍ର ସଂଖ୍ୟା ୧୮୦/୨୦୨୦ ପ୍ରକାରେ ନିଲମ୍ବିତ କରିଛନ୍ତି। ଗତକାଲି ଜିଲ୍ଲାପାଳ ଶ୍ରୀବେହେରା ସ୍ଥିତି ସମୀକ୍ଷା ନିମନ୍ତେ କେରେଡା ହାଇସ୍କୁଲ ଏବଂ ଜିମିଡିପେଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ରହୁଥିବା ଦାଦନ ଶ୍ରମିକ ଏବଂ ଟ୍ରକ ଡ୍ରାଇଭର ମାନଙ୍କ ସହ ଆଲୋଚନା କରିଥିଲେ। ତେବେ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀ ସ୍କୁଲରେ ଅନୁପସ୍ଥିତ ଥିବା ଜଣାପଡିଛି ।

ଶିକ୍ଷକ ମହେନ୍ଦ୍ର କୁମାର ତ୍ରିପାଠୀଙ୍କୁ ନିଲମ୍ବନ ପରେ ତାଙ୍କୁ ଆଗାମୀ ଆଦେଶ ଯାଏଁ ତାଙ୍କୁ ରାୟଗଡା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଠାରେ ଅବସ୍ଥାପିତ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିନା ଅନୁମତିରେ ତାଙ୍କୁ ହେଡ କ୍ୱାଟର ନ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି ।