ସଞ୍ଜୟ ଦତ୍ତ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,ଏନ୍ଏନ୍ଏସ୍: ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ସଞ୍ଜୟଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ କରୋନା ହୋଇଥିବା ସନ୍ଦେହ ହୋଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବାପରେ ପ୍ରଥମେ ତାଙ୍କର କରୋନା ଟେଷ୍ଟ ହୋଇଥିଲା। ତେବେ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି। ବର୍ତ୍ତମାନ ତାଙ୍କୁ ନନ୍-କୋଭିଡ ୱାର୍ଡରେ ରଖାଯାଇଥିବା ବେଳେ ସବୁ ଠିକ ହେଲେ ତାଙ୍କୁ ଆସନ୍ତା କାଲି ଡିସ୍‌ଚାର୍ଜ କରାଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଏହି ସମୟରେ ସଞ୍ଜୟ ଦତ୍ତଙ୍କ ପରିବାର ଲୋକେ ତାଙ୍କଠାରୁ ଦୂରେଇ ରହିଥିବା ଜଣାପଡ଼ିଛି।