ଦୀପିକା ଓ ଆଲିଆଙ୍କୁ ପଛରେ ପକାଇଲେ ସଞ୍ଜନା ସାଂଘୀ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ‘ଦିଲ ବିଚାରା’ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ସଞ୍ଜନା ସାଂଘୀ ଆଇଏମଡୀବୀ ସୂଚୀରେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷରେ ରହିଛନ୍ତି। ସଞ୍ଜନାଙ୍କୁ ତାଲିକାରେ ସେମାନଙ୍କ ସହ ସାମିଲ କରାଯାଇଛି ଯେଉଁମାନେ ଚଳିତ ବର୍ଷ ଫିଲ୍ମ ଓ ୱେବ ସିରିଜରେ ଭଲ ପ୍ରଦର୍ଶନ କରିଛନ୍ତି। ସଞ୍ଜନାଙ୍କ ପରେ ଏହି ସୂଚୀରେ ଇଶା ତଲବାର, ହର୍ଷିତା ଗୌର, ସ୍ୱସ୍ତିକା ମୁଖାର୍ଜୀ ଓ ଆହାନା କୁମାରୀ ଭଳି ଅଭିନେତ୍ରୀ ସାମିଲ ହୋଇଛନ୍ତି।
ସୂଚନାଯୋଗ୍ୟ, ସଞ୍ଜନା ସାଂଘୀ ‘ଦିଲ ବିଚାରା’ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିଥିଲେ। ଫିଲ୍ମରେ ସଞ୍ଜନାଙ୍କ ଅଭିନୟ ବେଶ୍ ପ୍ରଶଂସନୀୟ ହୋଇଥିଲା।