ଡ୍ରୋନ୍ ଯୋଗେ ସାନିଟାଇଜ ହେଉଛି ରାଜଧାନୀ ରାଜ୍ୟ By Nitidin Last updated Apr 29, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମ୍ୟୁନିସପାଲ କର୍ପୋରେସନ, ବିଏମସି ପକ୍ଷରୁ ଡ୍ରୋନ ଯୋଗେ ଅଞ୍ଚଳ ଗୁଡ଼ିକୁ ସାନିଟାଇଜ କରାଯାଉଛି। ଏହି ପରିପ୍ରେକ୍ଷୀରେ ଗତକାଲି ଭୁବନେଶ୍ଵରର ପଳାଶୁଣି ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ବିଶୋଧନ କରାଯାଇଛି। ସୂଚନା ଅନୁଯାୟୀ, ସ୍ମାର୍ଟ ସିଟିରେ ଡ୍ରୋନ୍ ସାହାଯ୍ୟରେ ବିଶୋଧନ କରିବା ପ୍ରକ୍ରିୟା ଏକ ସପ୍ତାହ ଯାଏଁ ଜାରି ରହିବ। ଏହି ପ୍ରକ୍ରିୟା ଗତକାଲି ରାତ୍ରି ୯ଟାରୁ ଆରମ୍ଭ ହୋଇ ମେ ମାସ ୫ ତାରିଖ ଯାଏଁ ଚାଲିବ। ଭୁବନେଶ୍ଵର ମହାନଗର ନିଗମ ଏବଂ ସ୍ମାଟସିଟି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ୨ଟି ଡ୍ରୋନ୍ ସାହାଯ୍ୟରେ ପ୍ରତିଦିନ ରାତ୍ରି ସମୟରେ ସିଞ୍ଚନ କରାଯିବ। ଏହି ଡ୍ରୋନ ଗୋଟିଏ ବ୍ୟାଟେରୀର ଉପଯୋଗରେ ୨୫ ମିନିଟ୍ ଉଡିପାରିବ। ୧.୫ କିମି ଯାଏଁ ୭.୫ ଲିଟର ବିଶୋଧନ ସିଞ୍ଚନ କରିପାରିବ। ଏହି ପ୍ରକ୍ରିୟାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର ଉତ୍ତର ଜୋନରେ ମଞ୍ଚେଶ୍ଵର ପୁଲିସ ଷ୍ଟେସନ ଅଧୀନରେ ୬ଟି ମାର୍କେଟ, ଇନଫୋସିଟି ଅଞ୍ଚଳର ୨ଟି ମାର୍କେଟ୍, ଚନ୍ଦ୍ରଶେଖରପୁରର ୭ଟି, ବାଲିଅନ୍ତା ପୁଲିସ ଷ୍ଟେସନର ୧ଟି ବଜାରରେ ସିଞ୍ଚନ କରାଯିବ। ସେହିପରି ମଞ୍ଚେଶ୍ଵର ଅଞ୍ଚଳର ଚକେଇସିଆଣି, ଦୁର୍ଗାମଣ୍ଡପ, ପଳାଶୁଣି କେନାଲ ରାସ୍ତା, ପ୍ରାଚୀ ବିହାର ଉଚ୍ଚ ବିଦ୍ୟାଳୟ ପଡିଆ, ଭିଏସଏସନଗର ଓଭରବ୍ରିଜ୍ ଅଞ୍ଚଳ, ଆଦିମାତା କଲୋନୀ ସାମ୍ନା ରେଲୱେ ହସ୍ପିଟାଲ, ଜିଜିପି କଲୋନୀ ହାଇସ୍କୁଲ ସାମ୍ନା, ଇନଫୋସିଟି ପୋଲିସ ଷ୍ଟେସନ ଅଞ୍ଚଳର ନନ୍ଦନବିହାର ଛକଠାରୁ ପ୍ରଶାନ୍ତି ବିହାର ହନୁମାନ ମନ୍ଦିର ପାର୍ଶ୍ଵ ପର୍ଯ୍ୟନ୍ତ। Share